ଭୁବନେଶ୍ୱର : ଚିନ୍ତା ବଢାଉଛି ଜିନତ । ପଶ୍ଚିମବଙ୍ଗ ସୀମାରେ ରହିଛି ବାଘୁମୀ ଜିନତ । କିନ୍ତୁ ଜିନତର ପ୍ରକୃତ ସ୍ଥିତି ଟ୍ରାକ କରି ହେଉ ନାହିଁ । କାରଣ ଜିପିଏସ ନେଟୱାର୍କ ସବୁ ସ୍ଥାନରେ ଉପଲବ୍ଧ ହେଉନାହିଁ । ବହୁ ସ୍ଥାନରେ ଜିବିଏସ୍ ସିଷ୍ଟମ୍ ଫେଲ ହେଉଥିବାରୁ ସମସ୍ୟା ଉପୁଝୁଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ପ୍ରଦାନ କରିଛନ୍ତି। ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଓଡିଶା ବନବିଭାଗ ମିଳିତ ଭାବେ ବାଘୁଣୀର ସ୍ଥିତିକୁ ଟ୍ରାକ କରିବାର ପ୍ରୟାସ କରୁଛନ୍ତି । ବାଘୁଣୀକୁ ଖାଦ୍ୟ ଦେବା ସମୟରେ ଟ୍ରାଙ୍କକୁଲାଇଜ କରାଯିବାର ଯୋଜନା କରାଯାଇଛି ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।
Views: 42