ଦେଉଳା: ପଶ୍ଚିମବଙ୍ଗ ନିର୍ବାଚନରେ ଭୋଟ ଦେଲେ ଓଡିଶା ଭୋଟର । ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନଳିଆ ପଞ୍ଚାୟତ ଶଙ୍ଖାମେଦୀ ଗ୍ରାମର ୨୫୦ରୁ ଅଧିକ ଭୋଟର୍ ଶନିବାର ପଶ୍ଚିମବଙ୍ଗ କଣ୍ଟେଇ ଲୋକସଭା ନିର୍ବାଚନରେ ଭୋଟ୍ ଦେଇଛନ୍ତି। ସେମାନେ ପଶ୍ଚିମ ସନ୍ତେଶ୍ୱରପୁର ଓ ବାଗ ବ୍ରଜକିଶୋର ପ୍ରାଥମିକ ବିଦ୍ୟାଳୟ ବୁଥରେ ମତଦାନ କରିଥିବା ବେଳେ ଶଙ୍ଖାମେଦୀ ୱାର୍ଡସଭ୍ୟା ଜ୍ୟୋସ୍ନା ଜେନା ଏହା ସତ ବୋଲି କହିଛନ୍ତି। ଅନ୍ୟପଟେ ସଂପୃକ୍ତ ଭୋଟରମାନେ ଆସନ୍ତା ୧ ତାରିଖରେ ବାଲେଶ୍ବର ଲୋକସଭା ଓ ଭୋଗରାଇ ବିଧାନସଭା ନିର୍ବାଚନ ପାଇଁ ଅନଳିଆ (ପୂର୍ବ) ସରକାରୀ ଉନ୍ନୀତ ଉପ୍ରା ବିଦ୍ୟାଳୟ ବୁଥ୍ରେ ଭୋଟ୍ ଦେବେ ବୋଲି ଜଣାପଡ଼ିଛି।
Views: 58