ପୁରୀ : ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପ ଅନୁଧ୍ୟାନ କଲେ ଗଜପତି ମହାରାଜା । ମନ୍ଦିର ଚତୁଃପାଶ୍ୱର୍ ବୁଲି ଅନୁଧ୍ୟାନ କଲେ ଗଜପତି ମହାରାଜା । ସାଥୀରେ ଅଛନ୍ତି ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ପରେ ପୁରୀ ଗଜପତି ମହାରାଜାଙ୍କ ସୂଚନା । ଉତ୍ତର ଦ୍ୱାର ବାହାରେ ଅନ୍ନ କ୍ଷେତ୍ର କରିବାକୁ ଯୋଜନା । ଭକ୍ତଙ୍କ ସଂଖ୍ୟା ବଢିବାରୁ ଆନନ୍ଦ ବଜାରରେ ପ୍ରସାଦ ସେବନ ସୁବିଧା ହୋଇ ପାରୁନି । ଉତ୍ତର ଦ୍ୱାର ବାହାରେ ବିଶିଷ୍ଟ ଜାଗାରେ ଅନ୍ନକ୍ଷେତ୍ର କରିବାକୁ ଯୋଜନା ରହିଛି । ଯେଉଁଠି ଭକ୍ତମାନେ ସୁବିଧାରେ ମହାପ୍ରସାଦ ସେବନ କରିପାରିବେ । ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେବ । କିନ୍ତୁ ମହାପ୍ରସାଦ ସେବନ ପାଇଁ ଏକ ପ୍ରଶସ୍ତ ସ୍ଥାନ ଓ ଉତ୍ତମ ବ୍ୟବସ୍ଥା ହେବ। ସରକାରଙ୍କ ସହ ଆଲୋଚନା କରି ଆଗକୁ ପଦକ୍ଷେପ ନେବାକୁ ନିବେଦନ କରିବୁ ।
Views: 21