The Ultimate Managed Hosting Platform
ADVERTISEMENT

ପରଲୋକରେ ଫିଲ୍ମ ନିର୍ମାତା ରାଜକୁମାର କୋହଲି

Facebook
Twitter
LinkedIn

ମୁମ୍ବାଇ : ବଲିଉଡ୍ର ବର୍ଷିୟାନ୍ ଚଳଚ୍ଚିତ୍ର ନିର୍ମାତା ରାଜକୁମାର କୋହଲିଙ୍କ ହୃଦ୍ଘାତରେ ପରଲୋକ ହୋଇଛି। ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ରାଜକୁମାର। କୁହାଯାଉଛି ଯେ ଶୁକ୍ରବାର ସକାଳେ ଯେତେବେଳେ ସେ ବହୁତ ଡେରି ପର୍ୟ୍ୟନ୍ତ ବାଥରୁମରୁ ବାହାରି ନ ଥିଲେ, ସେତେବେଳେ ତାଙ୍କୁ ବାଥରୁମର କବାଟ ଭାଙ୍ଗି ବାହାର କରାଯାଇଥିଲା। ରିପୋର୍ଟ ମୁତାବକ, ବାଥରୁମରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା।
ପରିବାର ସୂତ୍ରରୁ ଜଣାପଡ଼ିଛି, ସକାଳ ୮ଟା ବେଳେ ରାଜକୁମାର କୋହଲି ଗାଧୋଇବା ପାଇଁ ବାଥରୁମ ଯାଇଥିଲେ। କିନ୍ତୁ ବହୁତ ଡେରି ପର୍ୟ୍ୟନ୍ତ ବାହାରି ନ ଥିଲେ। ଏହାପରେ ପୁଅ ଅର୍ମାନ କୋହଲି ବାଥରୁମର କବାଟ ଭାଙ୍ଗି ବାପାଙ୍କୁ ବାହାର କରିଥିଲେ ଏବଂ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୁମ୍ବାଇର ଜୁହୁସ୍ଥିତ ତାଙ୍କ ବାସଭବନରେ ରାଜକୁମାରଙ୍କ ଦେହାନ୍ତ ହୋଇଛି। ତାଙ୍କ ଅନ୍ତିମ ସଂସ୍କାର ଆଜି ସନ୍ଧ୍ୟାରେ କରାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login