ମୁମ୍ବାଇ : ପରଲୋକରେ ‘ପବିତ୍ର ରିସ୍ତା’ ଧାରାବାହିକର ଏହି ଅଭିନେତ୍ରୀ । ଉଭୟ ହିନ୍ଦୀ ଓ ମରାଠୀ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ପ୍ରିୟା ମରାଠେଙ୍କର ଦେହାନ୍ତ ହୋଇଛି । ପ୍ରିୟା ମାତ୍ର ୩୮ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ।ପ୍ରିୟା ମରାଠେଙ୍କ ଦେହାନ୍ତ ମୁମ୍ବାଇର ମୀରା ରୋଡ଼ରେ ଥିବା ତାଙ୍କ ଘରେ ହୋଇଛି । ପ୍ରିୟାଙ୍କୁ କିଛି ବର୍ଷ ପୂର୍ବରୁ କ୍ୟାନ୍ସର ହୋଇଥିଲା । ଯଦିଓ, ସେ କ୍ୟାନ୍ସରରୁ ସୁସ୍ଥ ମଧ୍ୟ ହେଉଥିଲେ । କିନ୍ତୁ ପୁଣିଥରେ କ୍ୟାନ୍ସରର ଶିକାର ହେବାକୁ ଲାଗିଲେ । ତାଙ୍କ ଶରୀରରେ ପୁଣି ଥରେ କ୍ୟାନ୍ସର ବ୍ୟାପିବାକୁ ଲାଗିଲା ଏବଂ ଶରୀର ଟ୍ରିଟମେଣ୍ଟକୁ ଗ୍ରହଣ କରିପାରିଲା ନାହିଁ । ସେପଟେ ପ୍ରିୟା ଶେଷରେ କ୍ୟାନ୍ସର ଆଗରେ ହାର ମାନିଗଲେ ଏବଂ ଶନିବାର ଅଭିନେତ୍ରୀ ଜଣକ ଶେଷ ନିଶ୍ୱାସ ତ୍ୟାଗ କଲେ । ‘ପବିତ୍ର ରିସ୍ତା’ ଟିଭି ଶୋ’ରୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରିୟା ମରାଠେଙ୍କ ଦେହାନ୍ତରେ କେବଳ ତାଙ୍କ ପରିବାର ନୁହେଁ ବରଂ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ସ୍ତବ୍ଧ ହୋଇଯାଇଛନ୍ତି ।ପବିତ୍ର ରିସ୍ତା’ରେ ସେ ବର୍ଷା ଦେଶପାଣ୍ଡେ ଭୂମିକାରେ ନଜର ଆସିଥିଲେ । ଏହାଛଡ଼ା ସେ କସମ ସେ, କମେଡି ସର୍କସ କେ ସୁପରଷ୍ଟାର୍ସ, ଉତରନ, ବଡ଼େ ଅଚ୍ଛେ ଲଗତେ ହୈ, ଭାରତ କା ବୀର ପୁତ୍ର-ମହାରାଣା ପ୍ରତାପ, ସାବଧାନ ଇଣ୍ଡିଆ, ଭାଗେରେ ମନ, ସାଥ ନିଭାନା ସାଥିଆ ଭଳି ଅନେକ ଶୋ’ କରିଛନ୍ତି ।
ପରଲୋକରେ ‘ପବିତ୍ର ରିସ୍ତା’ ଧାରାବାହିକର ଏହି ଅଭିନେତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











