ଭୁବନେଶ୍ୱର : ଫେରା ରାଇଜରେ ଓଲିଉଡର ଅପ୍ରତିଦ୍ବନ୍ଦ୍ବୀ ମହାନାୟକ । ଭୁବନେଶ୍ବର ବରମୁଣ୍ଡା ସ୍ଥିତ ଜଗନ୍ନାଥ ବିହାର ବାସଭବନରେ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ ପାଇଁ ଲାଗିଛି ଭିଡ଼ । ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । ଏହାରି ଭିତରେ ପାର୍ଥିବ ଶରୀରକୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଉତ୍ତମ ମହାନ୍ତି ଗତକାଲି ରାତିରେ ଆଖି ବୁଜିଥିଲେ । ଏହାପରେ ଆଜି ଦିଲ୍ଲୀରୁ ବିମାନ ଯୋଗେ ମରଶରୀରକୁ ଭୁବନେଶ୍ବର ଅଣାଯାଇଛି । ବିମାନବନ୍ଦରରେ ପହଞ୍ଚିବା ପରେ ବରମୁଣ୍ଡା ଜଗନ୍ନାଥବିହାର ସ୍ଥିତ ବାସଭବନକୁ ନିଆଯାଇଥିଲା । ଏବେ ତାଙ୍କ ବାସଭବନରେ ଶେଷ ଦର୍ଶନ ପାଇଁ ଭିଡ଼ ଲାଗିଛି । ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ୬୭ ବର୍ଷ ବୟସରେ ଚିରବିଦାୟ ନେଇଛନ୍ତି ଉତ୍ତମ ।
Views: 26