ଭୁବନେଶ୍ୱର : ପଦ୍ମ ଧରିଲେ ପର୍ଶୁରାମ । ବିଜେପିରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡା । ବିଜେଡି ଟିକେଟରୁ ବଞ୍ଚିତ ହେବା ପରେ ଦଳ ଛାଡିଥିଲେ ପର୍ଶୁରାମ । କିନ୍ତୁ କୌଣସି ଦଳରେ ଯୋଗ ଦେଇନଥିଲେ । ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଓ ବିଜେପି ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ପର୍ଶୁରାମ । ଏହାସହ ପର୍ଶୁରାମଙ୍କର ଘରବାହୁଡା ହୋଇଛି ବୋଲି କହିଛନ୍ତି ମନମୋହନ ।
Views: 133