The Ultimate Managed Hosting Platform
ADVERTISEMENT

‘ପଠାନ’ ର ସଫଳତା ପାଇଁ ନିବେଦନ କଲେ ଶାହରୁଖ !

Facebook
Twitter
LinkedIn

ମୁମ୍ଵାଇ ୦୪।୧୧: ବଲିଉଡ ଅଭିନେତା ଶାହାରୁଖ ଖାନ୍‌ । ତାଙ୍କ ଜନ୍ମଦିନରେ ଆଗାମୀ ଫିଲ୍ମ ‘ପଠାନ’ର ଟିଜର ରିଲିଜ କରି ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଇଥିଲେ। ପ୍ରଶଂସକମାନେ ତାଙ୍କ ଘର ସାମ୍ନାରେ ପହଞ୍ଚି ଶାହରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। SRK ତାଙ୍କ ଜନ୍ମଦିନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ଶାହାରୁଖ ତାଙ୍କ ପ୍ରଶଂସକମାନଙ୍କୁ ‘ପଠାନ’ର ସଫଳତା ପାଇଁ ପ୍ରାର୍ଥନା କରିବାକୁ କହିଥିଲେ। କାହିଁକି ନା ଏହା ହିଟ୍‌ ହେଲେ ନିର୍ମାତା ଫିଲ୍ମର ସିକ୍ୱେଲ କରିପାରିବେ।

ଶାହାରୁଖ ପ୍ରଶଂସକମାନଙ୍କୁ କହିଥିଲେ, ଆପଣମାନେ ପ୍ରାର୍ଥନା କରନ୍ତୁ ଯେ ‘ପଠାନ’ର ଏକ ସିକ୍ଵେଲ୍‌ ହେବା ଉଚିତ୍ । ମୁଁ ଆଶା କରେ ସମସ୍ତେ ଏହାକୁ ପସନ୍ଦ କରିବେ । ଆମେ ସମସ୍ତେ ଫିଲ୍ମରେ କଠିନ ପରିଶ୍ରମ କରିଛୁ । “ମୋର ଇଚ୍ଛା କି ଦୀପିକା ପାଦୁକୋନ, ଜନ୍ ଅବ୍ରହାମ, ସିଦ୍ଧାର୍ଥ ଆନନ୍ଦ ଏବଂ ଆପଣ ସମସ୍ତେ ପ୍ରାର୍ଥନା କରନ୍ତୁ ଯେ ଚଳଚ୍ଚିତ୍ରଟି ଏତେ ଭଲ ହେଉ । ଯେମିତି ଫିଲ୍ମର ଦ୍ଵିତୀୟ ଭାଗ ସାମ୍ନାକୁ ଆସିବ। ଆମେ ଯଥାଶୀଘ୍ର ସିକ୍ଵେଲରେ କାମ ଆରମ୍ଭ କରିପାରିବା।

‘ଆଶ୍ଚର୍ଯ୍ୟଜନକ କଥା ହେଲା ପ୍ରଥମ ଥର ପାଇଁ ଅଭିନେତା ହେୟାର ଷ୍ଟାଇଲ ବିଷୟରେ ଆଲୋଚନା କରିଥିଲେ। କହିଥିଲେ କି ଆମେ ପଠାନର ପାର୍ଟ-୨ ତିଆରି କରିବୁ, ଯଦି ତୁମେ ପାର୍ଟ-୧କୁ ପସନ୍ଦ କର,ତାହାଲେ ମୁଁ ମୋ ଚୁଟିକୁ ପୁଣି ବଢାଇବି । ପଠାନ୍ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର । ଯେଉଁଥିରେ ଶାହାରୁଖ ଗୁପ୍ତଚର ଭୂମିକାରେ ଅଭିନୟ କରିଛନ୍ତି । ଶାହରୁଖ ଖାନ୍ ଖୁବ୍ ଶୀଘ୍ର ‘ଜୱାନ୍’ ଏବଂ ତାପ୍ସୀ ପନ୍ନୁଙ୍କ ସହ ରାଜକୁମାର ହିରାନୀଙ୍କ ‘ଡଙ୍କି’ରେ ନଜର ଆସିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login