ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଳିବିଳେଉଛି ପାକିସ୍ତାନ । ସବୁଆଡୁ ପାକ୍କୁ ମାତ୍ ଦେଉଛି ଭାରତ । ପାକ୍ ସେନାର ଯୋଜନାକୁ ପଣ୍ଡ କରିବାରେ ଲାଗିଛି ଭାରତୀୟ ସେନା । ଭାରତର ଉନ୍ନତ୍ତକୌଶଳ ଅସ୍ତ୍ରଶସ୍ତ୍ର, ମିସାଇଲ୍ ଆଗରେ ହାର୍ ମାନୁଛି ପାକ୍ର ମିସାଇଲ ମାଡ । ଆକାଶ ମାର୍ଗରୁ ପାକ୍ ର ଅସ୍ତ୍ରକୁ ଟକ୍କର ଦେଉଛି ଭାରତର ସୁଦର୍ଶନ ଚକ୍ର । ଏହାରି ମଧ୍ୟରେ ପଞ୍ଜାବର ସୀମାବର୍ତ୍ତୀ ଅଞ୍ଚଳ ଗୁର୍ଦାସପୁରରେ କଡାକଡି କରାଯାଇଛି । ଆସନ୍ତା ନିର୍ଦ୍ଦେଶ ପର୍ୟ୍ୟନ୍ତ ଗୁରୁଦାସପୁରରେ ରାତି ୯ଟାରୁ ସକାଳ ୫ ପର୍ୟ୍ୟନ୍ତ ବ୍ଲାକ୍ଆଉଟ୍ ଲାଗୁ ରହିବ । ପୂରା ରାତିରେ ଅନ୍ଧାରରେ ରହିବ ଜିଲ୍ଳା । କାରଣ ଗୁର୍ଦାସପୁର ପାକିସ୍ତାନ ସୀମା ସହିତ ସଂଲଗ୍ନ । ଭାରତ-ପାକ୍ ସୀମାରେ ସମ୍ବେଦନଶୀଳ ବାତାବରଣ ଯୋଗୁଁ ଭାରତ ସରକାର ଏବଂ ପଞ୍ଜାବ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ନାଗରିକ ପ୍ରତିରକ୍ଷା ଆଇନ ୧୯୬୮ ଅନୁଯାୟୀ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଗୁର୍ଦାସପୁରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ କେନ୍ଦ୍ରୀୟ ଜେଲ ଗୁର୍ଦାସପୁର ଏବଂ ହସ୍ପିଟାଲ ପାଇଁ ଲାଗୁ ହେବ ନାହିଁ ।
ପଞ୍ଜାବରେ ବ୍ଲାକଆଉଟ, ରାତିରେ ଜଳିବନି ଲାଇଟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...