ନୂଆଦିଲ୍ଲୀ : ନ୍ୟୁୟର୍କରେ ପୁଣି ଥରେ ଏକ ବିମାନ ଦୁର୍ଘଟଣା ହୋଇଛି । ନ୍ୟୁୟର୍କରେ କୋପାକେ ସହର ନିକଟସ୍ଥ ଏକ କ୍ଷେତରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହି ବିମାନ ଦୁର୍ଘଟଣାରେ କେତେ ଲୋକ ଆହତ ହୋଇଛନ୍ତି ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅଣ୍ଡରସେରିଫ୍ ଜ୍ୟାକଲିନ୍ ସାଲଭାଟୋର କହିଥିଲେ ଯେ ବିମାନଟି ଟୁ ଟାଉନ୍ ରୋଡ୍ ନିକଟରେ ଖସି ପଡ଼ିଥିଲା ଏବଂ କୌଣସି ନିର୍ମାଣକୁ କ୍ଷତି ପହଞ୍ଚାଇ ନଥିଲା। କେତେ ଲୋକଙ୍କ ମୃତ୍ୟୁ ହୋଇଛି କିମ୍ବା କେହି ବଞ୍ଚିଛନ୍ତି କି ନାହିଁ ସେ ପ୍ରକାଶ କରି ନଥିଲେ । ଦୁଇ ଯାତ୍ରୀଙ୍କୁ ଏପର୍ୟ୍ୟନ୍ତ ଚିହ୍ନଟ କରାଯାଇ ନାହିଁ । ନ୍ୟୁୟର୍କ ରାଜ୍ୟର ରାଜଧାନୀ ଆଲବାନିରୁ ପ୍ରାୟ ୫୦ମାଇଲ (୮୦କିଲୋମିଟର) ଦକ୍ଷିଣରେ ୬ଜଣଙ୍କୁ ନେଇ ଯାଉଥିବା ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ବୋଲି ଫେଡେରାଲ୍ ଏଭିଏସନ୍ ପ୍ରଶାସନ ଏବଂ ପୋଲିସ କହିଛି । ଏହି ଦୁର୍ଘଟଣାଟି ଶନିବାର ଦିନ ଅପରାହ୍ନରେ ହୋଇଛି ।
Views: 16