The Ultimate Managed Hosting Platform
ADVERTISEMENT

ନୋଡାଲ ସେଣ୍ଟରକୁ ଗଲା ମାଟ୍ରିକ ପ୍ରଶ୍ନପତ୍ର

Facebook
Twitter
LinkedIn

କଟକ : ଆସନ୍ତା ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଆଜିଠାରୁ ବୋର୍ଡର ମୁଖ୍ୟ କାର୍ୟ୍ୟାଳୟରୁ ସମସ୍ତ ନୋଡାଲ ସେଣ୍ଟରକୁ ପଠାଯାଉଛି ପ୍ରଶ୍ନପତ୍ର ଓ ଉତ୍ତରଖାତା । ମାଟ୍ରିକ ପରୀକ୍ଷା ପାଇଁ ୩୦ ଟି ଜିଲ୍ଲାରେ ୩୧୪ ଟି ନୋଡାଲ ସେଣ୍ଟର ରହିଛି। ଏହି ନୋଡାଲ ସେଣ୍ଟର ଗୁଡିକରେ ପ୍ରଶ୍ନପତ୍ର ପହଞ୍ଚିବା ପାଇଁ ୪୪ ଟି ରୁଟ ହୋଇଛି । ୪୪ ଟି କ୍ଲୋଜ କଣ୍ଟେନରରେ କଡା ସୁରକ୍ଷା ବଳୟରେ ପଠାଯାଉଛି ପ୍ରଶ୍ନପତ୍ର ।ନୋଡାଲ ସେଣ୍ଟର ଗୁଡିକରେ ପ୍ରଶ୍ନପତ୍ର ରହିବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୩୧୩୩ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୨୨ ହଜାର ୩୩୬ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବାକୁ ଯାଉଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login