ବର୍ତ୍ତମାନ ସମୟରେ ଆଖିତଳ କଳା ପଡିବା ସମସ୍ୟା ବଢିବାରେ ଲାଗିଛି । ଖାସ କରି ଝିଅ ମାନେ ଏ ନେଇ ଅଧିକ ଚିନ୍ତିତ ରହୁଛନ୍ତି । ଅତ୍ୟଧିକ ଫୋନ ବ୍ୟବହାର କରିବା, କମ୍ପ୍ୟୁଟର ସାମ୍ନାରେ ବସିବା ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ଆଖିତଳ କଳା ପଡିଥାଏ । ଆଖିତଳ କଳା ନପଡିବା ପାଇଁ ପ୍ରତିଦିନ ଅତିକମରେ ୭-୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । ଆଖିକୁ ବିଶ୍ରାମ ଦେବା ପାଇଁ ଆବଶ୍ୟକ ନଥିବା ସମୟରେ ମୋବାଇଲ କିମ୍ବା କମ୍ପ୍ୟୁଟର ଦେଖିବାଠାରୁ ଦୂରେଇ ରୁହନ୍ତୁ । ଏଥି ସହ ଆପଣ ପର୍ୟ୍ୟାପ୍ତ ପାଣି ପିଅନ୍ତୁ ଏବଂ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ । ସବୁଠାରୁ ମୁଖ୍ୟ କଥା ହେଉଛି କିଛି ନିଶାଦ୍ରବ୍ୟଠାରୁ ସମ୍ପୂର୍ଣ୍ଣ ଭାବରେ ଦୂରରେ ରୁହନ୍ତୁ ।
ଏହା ସହିତ ମନେ ରଖନ୍ତୁ ଯେ ଅଧାଚାମଚ ବାଦାମତେଲ ସହ ୨ ବୁନ୍ଦା ମହୁ ମିଶାନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହି ମିଶ୍ରଣକୁ ଆଙ୍ଗୁଳି ଦ୍ବାରା ଆଖିର ଚାରିପାକରେ ଲଗାନ୍ତୁ । ୧୦-୧୫ ମିନିଟ୍ ରଖିଲା ପରେ ଧୋଇଦିଅନ୍ତୁ । ପ୍ରତିଦିନ ଏପରି କଲେ ଆଖିତଳ କଳା ପଡୁଥିବା ସମସ୍ୟା ବହୁତ ଶୀଘ୍ର ଦୂର ହେବାକୁ ଲାଗିବ । ଏଥିପାଇଁ ଆପଣ କାକୁଡିକୁ କାଟି ଗୋଲ ଗୋଲ କରି ଆଖି ଉପରେ ରଖନ୍ତୁ । କାକୁଡି ଆଖିକୁ ଥଣ୍ଡା ରଖିବା ସହ କଳାଦାଗକୁ ମଧ୍ୟ ଦୂର କରିଥାଏ ।
ଆଖି ତଳ କଳା ପଡୁଛି କି ?
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











