ୟୁପି: ଉତ୍ତରପ୍ରଦେଶର ନୋଏଡା ସେକ୍ଟର-୮ରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୩ ଭଉଣୀ ଜୀବନ୍ତ ଦଗ୍ଧ। ଏଥିରେ ମୃତ ପିଲାଙ୍କ ମାଆ-ବାପା ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି। ସର୍ଟସର୍କିଟ ଯୋଗୁଁ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ବୁଧବାର ଭୋର ୪ ଟା ବେଳେ ଘରେ ପରିବାରର ୫ ଜଣ ସଦସ୍ୟ ଶୋଇଥିବା ବେଳେ ନିଆଁ ଲାଗିଥିଲା । ବ୍ୟାଟେରି ଚାର୍ଜ ବସେଇଥିବା କାରଣରୁ ସର୍ଟସର୍କିଟ ହୋଇ ଏହି ନିଆଁ ଲାଗିଛି । କୁହାଯାଉଛି ଯେ, ୩ ପିଲା ଖଟ ଉପରେ ଶୋଇଥିବା ବେଳେ ତଳେ ଚଟାଣରେ ବାପାମା’ ଶୋଇଥିଲେ । ୩ ପିଲାମାନେ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ବାପାମା’ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ସଙ୍ଗେ ସଙ୍ଗେ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିଲେ। କିନ୍ତୁ ୩ ପିଲାଙ୍କୁ ବଞ୍ଚାଇ ପାରିନଥିଲେ । ମୃତ ପିଲାଙ୍କ ମଧ୍ୟରେ ୧୦ ଓ ୭ ବର୍ଷର ଏବଂ ୫ ବର୍ଷର ୩ ଝିଅ ରହିଛନ୍ତି।
ନୋଏଡା ସେକ୍ଟର-୮ରେ ଭୟଙ୍କର ଅଗ୍ନିକାଣ୍ଡ, ୩ ଶିଶୁ ଜୀବନ୍ତ ଦଗ୍ଧ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...