ନୂଆପଡା : ନୂଆପଡ଼ାରେ ମାଓ ଆତଙ୍କ । ସୁନାବେଡ଼ା ଅଭୟାରଣ୍ୟ ଶିବନାରାୟଣପୁରରେ ମାଓ କ୍ୟାମ୍ପ ଠାବ ସହ ବିପୁଳ ସାମଗ୍ରୀ ଜବତ ହୋଇଛି । ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଉଭୟ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏନେଇ ସୂଚନା ଦେଇଛନ୍ତି ଏସ୍ପି ଗୁଣ୍ଡଲା ରେଡ୍ଡି ରାଘବେନ୍ଦ୍ର । କ୍ୟାମ୍ପରେ ପ୍ରାୟ ୧୦ରୁ ୧୨ ଜଣ ମାଓବାଦୀ ଥିବା ବେଳେ କିଛି ମାଓବାଦୀ ଆହତ ହୋଇଥିବା ଅନୁମାନ କରୁଛି ପୋଲିସ । ଅନ୍ୟ ଏକ ଏସଓଜି ଟିମ୍ ପହଁଚିବା ପରେ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଗୋଟିଏ ପିସ୍ତଲ, ଗୁଳି, ୪ ଲକ୍ଷ ଟଙ୍କ. ମାଓ ପୋଷାକ ଓ ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।
Views: 52