ନୂଆଦିଲ୍ଲୀ : ନୂଆଦଳ ଗଠନ କଲେ ସ୍ୱାମୀପ୍ରସାଦ ମୌର୍ଯ୍ୟ । ବହୁବର୍ଷ ଧରି ବହୁଜନସମାଜବାଦୀ ପାର୍ଟି ପରେ ଏବେ ୭୦ ବର୍ଷିୟ ବରିଷ୍ଠ ନେତା ସ୍ୱାମୀପ୍ରସାଦ ମୌର୍ଯ୍ୟ ନୂଆଦଳ ଗଠନ କରିଛନ୍ତି । ନୂଆଦଳର ନାମ ‘ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟି’ ରଖିଛନ୍ତି । ଏହାସହ ଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଆଗାମୀ ଲୋକସଭା ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି । ତିନିଦିନ ପୂର୍ବରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।
Views: 77