ଭୁବନେଶ୍ୱର : ଭୁବନେଶ୍ୱର ନୂଆ ଷ୍ଟେସନରେ ତିନୋଟି ଟ୍ରେନ ପାଇଁ ଟର୍ମିନାଲ ପଏଣ୍ଟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଥିବା ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ପରିବର୍ତ୍ତେ ୩ଟି ଟ୍ରେନ ଭୁବନେଶ୍ୱର ନୂଆ ଷ୍ଟେସନ ଠାରୁ ଯାତ୍ରା ଆରମ୍ଭ କରିବେ ।୧୧ ମଇ ଠାରୁ ମୁମ୍ବାଇରୁ ଛାଡୁଥିବା ୧୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱର ନୂତନ ଷ୍ଟେସନରେ ଏହାର ଯାତ୍ରା ଶେଷ କରିବ। ପୂର୍ବ ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନ ରାତ୍ରି ୧୧ଘ.୫୫ମି.ରେ ଭୁବନେଶ୍ୱର ନୂଆ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ ରାତ୍ରି ୧୨ଘ.୦୨ମି.ରେ ମଞ୍ଚେଶ୍ୱରରେ ପହଞ୍ଚିବ ଏବଂ ସେଠାରୁ ୧୨ଘ.୦୪ମି.ରେ ଛାଡି ରାତ୍ରି ୧୨ଘ.୨୦ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନରେ ପହଞ୍ଚିବ।
Views: 22