ନୂଆଦିଲ୍ଲୀ : ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବସ ସେବା । ଏହି ଘୋଷଣା କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିୱାଲ ଆଉ ଏକ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି । ମହିଳାମାନଙ୍କ ପରେ ଏବେ ଦିଲ୍ଲୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଫ୍ରି ବସ୍ ସର୍ଭିସ୍ ଦେବାକୁ ସେ ଘୋଷଣା କରିଛନ୍ତି । କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ ଛାତ୍ରଛାତ୍ରୀମାନଙ୍କ ପାଇଁ ପରିବହନକୁ ସୁଗମ କରିବାକୁ ଚାହୁଁଛୁ । ଯଦି ଏଏପି ନିର୍ବାଚନ ଜିତେ, ତା’ ହେଲେ ଆମେ ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ପାଇଁ ବସ୍ ଯାତ୍ରା ନିଃଶୁକ୍ଳ କରିବୁ । ପୂର୍ବରୁ ଛାତ୍ରୀମାନେ ଏହାର ଲାଭ ପାଉଛନ୍ତି ।
Views: 27