The Ultimate Managed Hosting Platform
ADVERTISEMENT
The Ultimate Managed Hosting Platform

ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ନାମରେ ବଢିଲା ଅଡୁଆ, ଫିଲ୍ମରେ ଅଶ୍ଲୀଳ ଦୃଶ୍ୟକୁ ନେଇ ମାମଲା ରୁଜୁ

Facebook
Twitter
LinkedIn

ମୁମ୍ବାଇ : ବଢ଼ିଲା ଅଡ଼ୁଆ। ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ଅଡ଼ୁଆ। ମହେଶଙ୍କ ବିରୋଧରେ ଆଇପିସି ଏବଂ ପୋକ୍ସୋ ଆଇନର ଅଲଗା ଅଲଗା ଧାରାରେ ମାମଲା ରୁଜୁ କରାଯାଇଛି। ମହେଶ ମଞ୍ଜରେକର ତାଙ୍କର ଆଗାମୀ ମରାଠୀ ଫିଲ୍ମ ‘ନାୟ ବରନ ଭାତ ଲୋଞ୍ଚା କୋନ ନାୟ କୋଞ୍ଚା’ କାରଣରୁ ବଡ଼ ସମସ୍ୟାରେ ପଡ଼ିଯାଇଛନ୍ତି। ଏହି ଫିଲ୍ମରେ ନାବାଳକଙ୍କ ସହ ଅଶ୍ଳୀଳ ଦୃଶ୍ୟ ଦେଖାଇବା ନେଇ ଅଭିଯୋଗ ହୋଇଛି। ଯେଉଁ କାରଣରୁ ମହେଶଙ୍କ ବିରୋଧରେ ଆଇପିସି ଧାରା ୨୯୨, ୩୪, ପୋକ୍ସୋ ଧାରା ୧୪ ଏବଂ ଆଇଟି ଧାରା ୬୭ ଓ ୬୭-ବି ଆଧାରରେ ମାମଲା ରୁଜୁ କରାଯାଇଛି। କୋର୍ଟ ଏହି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହେଶଙ୍କ ଏହି ଫିଲ୍ମରେ ପିଲାମାନଙ୍କୁ ଆପତ୍ତିଜନକ ସିନର ଶୁଟ୍ କରିବା ନେଇ ଅଭିଯୋଗ କରାଯାଇଥିଲା। ଏ ନେଇ ଏକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏହାର ତଦନ୍ତ କରିବାକୁ ସ୍ଥାନୀୟ ପୋଲିସ୍ ନିର୍ଦ୍ଦେଶ ଦେଇଥିଲେ। ଏହି ତାଲିକାରେ ନିର୍ଦ୍ଦେଶକ ଓ ଅଭିନେତା ମହେଶ ମଞ୍ଜରେକରଙ୍କ ନାଁ ମଧ୍ୟ ସାମିଲ୍ ଥିଲା। ମରାଠୀ ଫିଲ୍ମ ‘ନାୟ ବରନ ଭାତ ଲୋଞ୍ଚା କୋନ ନାୟ କୋଞ୍ଚା’ର ଟ୍ରେଲର୍ ରିଲିଜ୍ ହେବା ପରେ ଏହାର କଣ୍ଟେଟକୁ ନେଇ ଆପତ୍ତି ହୋଇଥିଲା। ଟ୍ରେଲରରେ ଦେଖାଯାଇଥିବା ଶିଶୁ ଓ ମହିଳାଙ୍କ ଯୌନ ଦୃଶ୍ୟକୁ ନେଇ ଖୁବ୍ ବିବାଦ ହୋଇଥିଲା। ଏ ନେଇ ଦୁଇଟି ସଂସ୍ଥା ପକ୍ଷରୁ ଅଭିଯୋଗ ହୋଇଥିଲା। ଯାହା ପରେ ମହେଶଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏପରିକି ଫିଲ୍ମକୁ ବ୍ୟାନ୍ କରିବା ପାଇଁ ଦାବି କରାଯାଇଥିଲା।


ମହେଶ ମଞ୍ଜରେକରଙ୍କ ଏହି ଫିଲ୍ମର ଟ୍ରେଲର ଓ ଟିଜର ଜାନୁଆରୀ ୧୪ରେ ରିଲିଜ୍ ହୋଇଥିଲା, ଯେଉଁଥିରେ ଫିଲ୍ଡର ଲିଡ୍ ରୋଲରେ ଥିବା କଶ୍ମୀରା ଶାହ ଏକ ପିଲା ସହ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା। ସେନ୍ସର୍ ବୋର୍ଡ ତରଫରୁ ଏହି ଫିଲ୍ମକୁ ‘ଏ’ ସାର୍ଟିଫିକେଟ୍ ଦିଆଯାଇଛି। ଫିଲ୍ମର କାହାଣୀ ମିଲ୍ ଶ୍ରମିକ ଓ ସେମାନଙ୍କ ଧର୍ମଘଟ ଉପରେ ଆଧାରିତ ବୋଲି କୁହାଯାଉଛି। ଜାତୀୟ ମହିଳା କମିଶନ ମଧ୍ୟ ଏହି ଫିଲ୍ମକୁ ଗୁରୁତର ସହ ନେଇଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ଅଭିଭାବକମାନେ ପିଲାମାନଙ୍କୁ ଏଭଳି ଫିଲ୍ମରେ କାମ କରିବାକୁ ଅନୁମତି ଦେଉଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଉ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସଡକ ଦୁର୍ଘଟଣାରେ ବର-କନ୍ୟାଙ୍କ ସମେତ ଚାଲିଗଲା ୫ ଜଣଙ୍କ ଜୀବନ

ରାଜସ୍ଥାନ : ରାଜସ୍ଥାନ ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ଅନେକ ଲୋକ...

ADVERTISEMENT
ବେଙ୍ଗାଲୁର ଦଳାଚକଟା ଘଟଣାରେ ବିସିସିଆଇ ଏବଂ ଆରସିବିକୁ ଦାୟୀ କଲେ କର୍ଣ୍ଣାଟକ ସରକାର

ବେଙ୍ଗାଲୁର ଦଳାଚକଟା ଘଟଣାରେ ବିସିସିଆଇ ଏବଂ ଆରସିବିକୁ ଦାୟୀ କଲେ କର୍ଣ୍ଣାଟକ ସରକାର

ବେଙ୍ଗାଲୁର : ବେଙ୍ଗାଲୁର ଦଳାଚକଟା ଘଟଣାରେ କର୍ଣ୍ଣାଟକ ସରକାରଙ୍କ ବଡ ବୟାନ । ଆଜି ଶୁଣାଣିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡକୁ...

Login