ଚୈାଦ୍ୱାର : ଚୈାଦ୍ୱାର ନିର୍ଗୁଣ୍ଡି ନିକଟରେ ସରିଲା ରେଲୱେ ଟ୍ରାକ ମରାମତି । ସକାଳ ୭ଟା ୧୫ ସୁଦ୍ଧା ମରାମତି କାମ ସରିଥିବା ସୂଚନା । ଖୁବଶୀଘ୍ର ଟ୍ରେନ ଚଳାଚଳ ନେଇ ରେଲୱେ ବିଭାଗ ପକ୍ଷରୁ ସୂଚନା । ମରାମତି ପାଇଁ ୧୨ ଘଣ୍ଟା ରୁ ଅଧିକ ସମୟ ଲାଗିଥିଲା। ସାରା ରାତି ଚାଲିଥିଲା ମରାମତି କାର୍ୟ୍ୟ । ଏକ ହଜାର ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ । ଗତକାଲି ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ପରେ ଡାଉନ ଲାଇନରେ ବନ୍ଦ ଥିଲା ରେଳ ଚଳାଚଳ । ବାଙ୍ଗାଲୋର-କାମାକ୍ଷା ଏସି ସୁପରଫାଷ୍ଟ ମଙ୍ଗୁଳି ପାସେଞ୍ଜର ହଲ୍ଟ ପାଖରେ ଲାଇନଚ୍ୟୁତ ହୋଇ ୧୧ଟି ବଗି ଡିରେଲ୍ ହୋଇଥିଲା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇବା ବେଳେ ୩ ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ।
Views: 26