ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ କଙ୍ଗୋରେ ବଡ଼ ଅଘଟଣ । ନିଆଁ ଲାଗିବା ପରେ ଏକ ଡଙ୍ଗା ଓଲଟିବା ଯୋଗୁଁ ଅତି କମରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ନିଖୋଜ ଥିବା ଜଣାପଡିଛି । ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଡଙ୍ଗାରେ ପ୍ରାୟ ୪୦୦ ଲୋକ ଥିବା କୁହାଯାଉଛି । ଦୁର୍ଘଟଣା ବିଷୟରେ ସୂଚନା ଦେଇ ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା କଙ୍ଗୋ ନଦୀରେ ଘଟିଛି। ଡଙ୍ଗାରେ ନିଆଁ ଲାଗିବା ଯୋଗୁଁ ଅନେକ ଲୋକ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି । ଦୁର୍ଘଟଣା ସମୟରେ ଅନେକ ଲୋକଙ୍କୁ ଉଦ୍ଧାର ମଧ୍ୟ କରାଯାଇଥିଲା । ତେବେ ଡଙ୍ଗାରେ ଜଣେ ମହିଳା ଖାଇବା ତିଆରି କରୁଥିବା ବେଳେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ମହିଳା ଏବଂ ପିଲାଙ୍କ ସମେତ ଅନେକ ଲୋକ ନଦୀକୁ ଡେଇଁ ପଡିଥିଲେ । ନଦୀରେ ଡେଇଁ ପଡିବା ଯୋଗୁଁ ଯେଉଁମାନେ ପହଁରିବା ଜାଣିନଥିଲେ ସେମାନଙ୍କ ଜୀବନ ଚାଲିଯାଇଛି ।
Views: 5