The Ultimate Managed Hosting Platform
ADVERTISEMENT

ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଦେହ , ହତ୍ୟା ସନ୍ଦେହ

Facebook
Twitter
LinkedIn

ଘଟଗାଁ : କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅର୍ନ୍ତଗତ ଧରାବେଡା ଗାଁ ନିକଟରେ ଥିବା ରାସ୍ତା ପାଶ୍ୱର୍ରେ ଏକ ନାଳରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ , ଶନିବାର ଦିନ ସକାଳୁ କିଛି ସ୍ଥାନୀୟ ବାସିନ୍ଦା ଶୌଚ ହେବା ପାଇଁ ଉକ୍ତ ନାଳକୁ ଯିବା ସମୟରେ ନାଳ ପାଣିରେ ମୃତ୍ୟୁ ଦେହଟି ଭାସୁଥିବାର ଲକ୍ଷ୍ୟ କରିଥିଲେ । ମୃତ୍ୟୁ ଦେହଟି ଭାସୁଥିବାର ଦେଖି ସେମାନେ ସଙ୍ଗେ ସଙ୍ଗେ ସ୍ଥାନୀୟ ପଣ୍ଡାପଡା ଥାନାରେ ଖବର ଦେଇଥିଲେ । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପଂହଁଚି ମୃତଦେହକୁ ଜବତ କରିବା ସହ ତଦନ୍ତ ପ୍ରକ୍ରିୟା ଜାରି ରଖିଛନ୍ତି । ଏହି ବ୍ୟକ୍ତି ଜଣଙ୍କୁ ହତ୍ୟା କରି ନାଳରେ ଫିଙ୍ଗିଦେଇଥିବା ପୋଲିସ୍ ସନ୍ଦେହ କରୁଛି । ଅନ୍ୟ ପକ୍ଷରେ ପୋଲିସର ପ୍ରାଥମିକ ତଦନ୍ତ ପରେ ମଧ୍ୟ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login