ନୟାଗଡ:ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଅର୍ନ୍ତଗତ ସଦରଥାନା ସଠିଆପଲ୍ଲି ଗ୍ରାମରେ । ଶନିବାର ସକାଳୁଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଦୁଇ ଜଣ ଯୁବକ ଧାନବସ୍ତା ଚୋରି କରି ହଟହଟା ହୋଇଛନ୍ତି । ସୂଚନା ଅନୁଯାୟୀ , ସଦରଥାନା ସଠିଆପଲ୍ଲି ଗ୍ରାମର ଚୟା ବେହେରା ନିଜ ଖଳାବାଡିରେ ୧୨ ବସ୍ତା ଧାନ ରଖିଥିବା ବେଳେ ଭୋରୁ ଧାନ ବସ୍ତା ନଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଖଳାବାଡିରେ ପଡିଥିବା ଗାଡିର ଚକା ଚିହ୍ନ ଦେଖି ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଫଳରେ ଘରଠାରୁ କିଛି ଦୂରରେ ଥିବା ଖୁଣ୍ଟବନ୍ଧ ଗ୍ରାମର ଜେଲ୍ ପାଖ ସାହିର ଏକ ଘର ନିକଟରେ କିଛି ଧାନ ପଡିଥିବାର ଲକ୍ଷ୍ୟ କରିଥିଲେ । ସେ ଲୋକଙ୍କୁ ଜଣାଇ ତାଙ୍କ ଲୋକଙ୍କ ସହାୟତାରେ ସେହି ବନ୍ଦ ଘରକୁ ଖୋଲିବା ପରେ ଚୟା ବେହେରା ନିଜ ସମସ୍ତ ଧାନବସ୍ତା ସେଠାରେ ଥିବା ଦେଖିଥିଲେ । ସେଠାରେ ଥିବା ମନୋଜ ବେହେରା ଏବଂ ସନ୍ତୋଷ ବେହେରା ନାମକ ଦୁଇ ଯୁବକଙ୍କୁ ଲୋକମାନେ କାବୁକରି ଗାଁ ଦାଣ୍ଡରେ ବାନ୍ଧି ଦେଇଥିଲେ । ଏହି ଦୁଇ ଜଣ ସମ୍ପର୍କୀୟ ଭାଇ ହୋଇଥିବା ବେଳେ ସେମାନେ ଧାନବସ୍ତା ଚୋରି କରିଥିବା ଗ୍ରାମବାସୀଙ୍କ ଆଗରେ ସ୍ୱୀକାର କରିଛନ୍ତି । ମାତ୍ର ଏନେଇ ଥାନାରେ କୌଣସି ଅଭିଯୋଗ ନକରି ଗ୍ରାମରେ ଘଟଣାର ସମାଧାନ କରାଯାଉଥିବା ସୂଚନା ମିଳିଛି ।
ଚୋରି ପଡିଲା ମହଙ୍ଗା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







