The Ultimate Managed Hosting Platform
ADVERTISEMENT

ଗେଷ୍ଟ ହାଉସରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ

Facebook
Twitter
LinkedIn

ଭୁବନେଶ୍ବର: ଗେଷ୍ଟ ହାଉସରୁ ମିଳିଲା ଶିଳ୍ପପତିଙ୍କ ଗଳିତ ମୃତଦେହ। ମୃତକ ହେଲେ ତପନ ପ୍ରସାଦ ଆଚାର୍ୟ୍ୟ । ଭୁବନେଶ୍ୱର ମୈତ୍ରିବିହାର ଥାନା ଅଞ୍ଚଳର ଶାନ୍ତି ଗେଷ୍ଟ ହାଉସରୁ ସନ୍ଦେହଜନକ ଅବସ୍ଥାରେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ହୋଇଥିବା ଜଣାପଡିଛି। ଶିଳ୍ପପତିଙ୍କ ଘର ଫୁଲବାଣୀ ସଦର ଥାନା ଲେଙ୍ଗର ସାହି ଅଞ୍ଚଳରେ। ସେ ମଙ୍ଗଳବାର ଦିନ କର୍ପୋରେଟ ମିଟିଂ ପାଇଁ ଭୁବନେଶ୍ବର ଆସିଥିବା ବେଳେ ତାଙ୍କର ଗଳିତ ମୃତଦେହ ଉଦ୍ଧାର ଉଦ୍ଧାର କରାଯାଇଛି। ଗତକାଲି ଅପରାହ୍ନରେ ମୈତ୍ରୀ ବିହାର ଥାନା ଗଜପତି ନଗରରେ ଥିବା ଶାନ୍ତି ଗେଷ୍ଟ ହାଉସରୁ ଶିଳ୍ପପତି ତପନ ପ୍ରସାଦଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login