ପିପିଲି : ପିପିଲି ବଳଙ୍ଗା ନାବାଳିକାର ଶରୀର ଉପରିଭାଗ ପ୍ରାୟ ୭୦ ପ୍ରତିଶତ ପୋଡିଛି । ଭୁବନେଶ୍ୱ ଏମ୍ସ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ଡିଜିପି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି , ଏସପି ନିଜେ ଅନୁଧ୍ୟାନ କରୁଛନ୍ତି ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଧରିବୁ । ଏହା ଅଭାବନୀୟ ଘଟଣା , ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାସ୍ଥଳ ବାୟାବରରେ ପୁରୀ ଏସପି ପିନାକ ିମଶ୍ର ପରିଦର୍ଶନ କରିଛନ୍ତି । ଘଟଣାସ୍ଥଳ ଦେଖିଲା ପରେ ଏସପି ପ୍ରତିକ୍ରିୟା ଦେଇ କହିଛନ୍ତି , ସ୍ପେଶାଲ ଟିମ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ , ଗୁରୁତର ସହ ନେଇଛୁ । କାହାରିକୁ ଅଟକ କରାଯାଇନି , କେବଳ ପଚରାଉଚରା ଜାରି ରହିଛି । ଫୋରେନସିକ ଟିମ ମଧ୍ୟ ଯାଞ୍ଚ ଆରମ୍ଭ କରିଛି । ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି । କେତେ ଜଣ ସମ୍ପୃକ୍ତ , ପୀଡିତା ସେଠାକୁ କିପରି ଆସିଲେ ତଦନ୍ତ ଚାଲିଛି । ପୀଡିତା ଚିକିତ୍ସୀଧୀନ ଥିବାରୁ ପଚରାଉଚରା ହୋଇ ପାରିନି । ଯାହାର ସମ୍ପୃକ୍ତ ପ୍ରମାଣ ମିଳିବ କଠୋର କାର୍ଯ୍ୟାନୁଷ୍ଠାନ ହେବ ।
ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡିଛି !

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...