ଭୁବନେଶ୍ୱର : ଭୁବନେଶ୍ୱର ଦାୟିତ୍ୱରେ ୪ ଆଇପିଏସ ଅଫିସର । ଜଗମୋହନ ମୀନା ହେଲେ ଭୁବନେଶ୍ୱର ଡିସିପି । ଡିସିପି ପିନାକ ମିଶ୍ରଙ୍କୁ ଏସଟିଏଫ ଡିଆଇଜି ଭାବେ ବଦଳି କରାଯାଇଛି । ସେହିପରି ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାସ ମଧ୍ୟ ବଦଳିଛନ୍ତି । ତାଙ୍କ ସ୍ଥାନରେ ଅବକାରୀ କମିଶନର ଥିବା ନରସିଂହ ଭୋଳଙ୍କୁ ଦାୟିତ୍ଵ ଦିଆଯାଇଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ତିନି ଯୁବ ଆଇପିଏସଙ୍କୁ ଭୁବନେଶ୍ଵର ଅଣାଯାଇଛି । ଅଙ୍କିତ କୁମାର ବର୍ମା ହେଲେ ଭୁବନେଶ୍ବର ଅତିରିକ୍ତ ଡିସିପି । ସେହିପରି ସୋନାଲି ସିଂ ପରମାର୍ ଭୁବନେଶ୍ବର ଏସିପି ହୋଇଛନ୍ତି । ଗତ କିଛି ଦିନ ହେଲା ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲାରେ ଆଇଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ପୋଲିସ ପାଇଁ ବଡ଼ ଚାଲେଞ୍ଜ ହୋଇଛି । ଏହାକୁ ନଜରରେ ରଖି ତିନି ଯୁବ ଆଇପିଏସଙ୍କୁ ଭୁବନେଶ୍ୱର ଅଣାଯାଇଥିବା ଚର୍ଚ୍ଚା ହେଉଛି ।
Views: 59