ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ କଥା ବୁଝନ୍ତି ପାଣ୍ଡିଆନ । ବାହାରୁ ଡାକ୍ତର ଆସନ୍ତି ସେହି ସବୁ ପାଣ୍ଡିଆନ ଦେଖା ଦେଖି କରନ୍ତି । ସେ କାହାକୁ ଦେଖା ହେଉନାହାନ୍ତି । ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଅବସ୍ଥା ପାଣ୍ଡିଆନ ନିଜ ଉପରକୁ ନେଇଛନ୍ତି । ଆଗରୁ ପାଣ୍ଡିଆନ ନବୀନଙ୍କ କଥା ବୁଝୁଥିଲେ ଏବେ ବି ବୁଝୁଛନ୍ତି । ନବୀନଙ୍କ ମେଡ଼ିସିନ, ଯୋଗ, ହଉଛି କି ନାହିଁ ବୁଝୁଛନ୍ତି । ନିଜ ଗୁରୁଙ୍କୁ ବାପା ଭଳି ସେବା କରୁଛନ୍ତି ପାଣ୍ଡିଆନ । ସଂସ୍କାରରେ ଅଛି ଗୁରୁଙ୍କ ସେବା କରିବା ପୁଣ୍ୟର କାମ । ପାଣ୍ଡିଆନ ସେୟା କରୁଛନ୍ତି । ସଂଗଠନ ଭିତରେ ଚାଲିଥିବା ବିଶୃଙ୍ଖଳାକୁ ନେଇ କହିଛନ୍ତି ମନ୍ମଥ ରାଉତରାୟ । ସେ କହିଛନ୍ତି, ପୁରା ଟିମର ଭୁଲ ନଥିଲା କିଛି ଜଣଙ୍କ ଭୁଲ ଥିଲା । କିଛି ମାତ୍ରାରେ ବ୍ୟକ୍ତିମାନେ ଭୁଲ ଥିଲେ । ତାର ରେଜଲ୍ଟ ଆମକୁ ମିଳିଲା । ଆମକୁ ବହୁମତ ମିଳିଲାନି । ଯେଉଁମାନଙ୍କର ଅଂହକାର ଅଛି, ଯେଉଁମାନେ ଭୁଲ କରିଥିଲେ ସେମାନେ ଭୁଲ ମାନୁଛନ୍ତି । ପଶ୍ଚାତାପ କରୁଛନ୍ତି । ସେମାନଙ୍କୁ ନବୀନ ସୁଯୋଗ ଦେବେ ନ ଦେବେ ଅନାଲିସିସ୍ ହଉଛି । ଭଲ ଦଳ ହେଇକି ବିଜେଡି ଉଠିବ । ସମସ୍ତେ ଗ୍ରାସ ରୁଟରେ ରହିବା ପାଇଁ ନବୀନ ପଟ୍ଟନାୟକ କହିଛନ୍ତି । ଆମକୁ ଅସୁବିଧା ହେଲେ ନବୀନ ଓଲ୍ହେଇ ଆସିବେ ।
ନବୀନଙ୍କ ପାଖେ ପାଖେ ରହୁଛନ୍ତି ପାଣ୍ଡିଆନ, ସ୍ୱାସ୍ଥ୍ୟ କଥା ବୁଝନ୍ତି : ମନ୍ମଥ

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...