ପାରାଦୀପ : ନଡିଆ ଗଛ ଭାଙ୍ଗି ପଡିବାରୁ ମହିଳାଙ୍କ ଚାଲିଗଲା ଜୀବନ । ଏହା ସହ ୪ ଜଣ ଗୁରୁତର ହୋଇଛନ୍ତି । କୁଜଙ୍ଗ ବଳରାମପୁର ଗାଁରେ ରାମଲୀଳା ପରିବେଷଣ ବେଳେ ଅଘଟଣ । ନଡିଆ ଗଛରେ ରଶି ବାନ୍ଧି ଟ୍ରାକ୍ଟରରରେ ଟାଇଟ କରୁଥିବା ବେଳେ ଭାଙ୍ଗିଗଲା । ସୂଚନା ମୁତାବକ ରାମଲିଳାରେ ହନୁମାନ ଚରିତ୍ରକୁ ନେଇ ନଡ଼ିଆ ଗଛରେ ରଶି ବାନ୍ଧୁ ଥିବା ବେଳେ ହଠାତ୍ ନଡ଼ିଆ ଗଛଟି ଭାଙ୍ଗି ପଡିଥିଲ । ଘଟଣା ସ୍ଥଳରେ ଜଣେ ମହିଳା ଦର୍ଶକ ମୃତ୍ୟୁ ବରଣ କରିଥିବା ବେଳେ ଚାରି ଜଣ ଗୁରୁତର ହୋଇଥିଲେ। ତେବେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଖବର ଦେବାପରେ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିବାରୁ ଉତ୍ୟକ୍ତ ଲୋକେ ଆମ୍ବୁଲାନ୍ସର କାଚକୁ ବାଡେଇ ଭାଙ୍ଗିଦେଇଥିଲେ । ପରେ ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ମୃତ ମହିଳା ଜଣଙ୍କ ସମାଗୋଳ ଅଞ୍ଚଳର ହୋଇଥିବା ସୂଚନା । ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ର ତଦନ୍ତ ଆରମ୍ଭ ।
Views: 20