ମାଲକାନଗିରି : ପୁଣି ମାଓବାଦୀଙ୍କ ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ । ଛତିଶଗଡ ବିଜାପୁର ଜିଲ୍ଲାର ଉସୁର ଏବଂ ଅବାପାଲି ରାସ୍ତାରେ ନକ୍ସଲ ୨୫ କିଲୋ ଓଡନର ଲ୍ୟାଣ୍ଡ ମାଇନ ପୋତିଥିଲେ । ସିଆରପିଏଫ, କୋବ୍ରା ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ବୋମା ସମ୍ପର୍କରେ ଜାଣିପାରିଥିଲେ । ବୋମାକୁ ଏକ ଡ୍ରମ ଭିତରେ ଭର୍ତ୍ତି କରାଯାଇଥିଲା । େ ଯବାନ ଜେସିବି ସାହାଯ୍ୟରେ ବୋମାକୁ ଉଦ୍ଧାର କରି ଏକ ସୁରକ୍ଷିତ ସ୍ଥାନରେ ବୋମା ନିଷ୍କ୍ରିୟ କରିଥିଲେ । ଏକ ବଡ ଅଘଟଣରୁ ଯବାନ ଅଳ୍ପର୍କେ ବର୍ତ୍ତି ଯାଇଛନ୍ତି ।
Views: 21