ଭୁବନେଶ୍ୱର : ନକଲି ସାର ବିକିଲେ ଜେଲ ଯିବେ କହିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଏ ନେଇ ଜିଲ୍ଲାପାଳ ମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଯେଉଁଠି ଧରାପଡିବେ ସେମାନଙ୍କୁ ଜେଲ ପଠାଯିବ । କୌଣସି ସ୍ଥାନରେ ନକଲି ସାର ବିକ୍ରି ନେଇ ଅଭିଯୋଗ ଆସିଲେ ଦୃଢ କାର୍ୟ୍ୟାନୁଷ୍ଠାନ କରାଯିବ । ରାଜ୍ୟରେ ସାର ଅଭାବ ଦେଖାଦେଇଥିବା ବେଳେ କିଛି ଲୋକ ନକଲି ସାର ବିକ୍ରି କରୁଛନ୍ତି । ସାର ଅଭାବ ବେଳେ ନକଲି ସାର ନେଇ ହନ୍ତସନ୍ତ ହେଉଛନ୍ତି ଚାଷୀ । ଗୋଟିଏ ପଟେ ଚାଷୀଙ୍କୁ ମିଳୁନି ସାର । ଅନ୍ୟପଟେ ଏହାର ଫାଇଦା ଉଠାଇବାକୁ ଦଲାଲ ସକ୍ରିୟ । ପଟାସ ସାରର ଡୁପ୍ଲିକେଟ୍ କରି ବିକୁଛନ୍ତି ଦଲାଲ । ଆଉ ମୋଟା ଅଙ୍କର ଟଙ୍କା ବି ଲାଭ କରୁଛନ୍ତି ।
Views: 57