The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ନକଲି ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାଶ , ଅଭିଯୁକ୍ତକୁ ଗିରଫ କଲା ପୁଲିସ

Facebook
Twitter
LinkedIn

ବଲାଙ୍ଗୀର : ଅସଲିରେ ଥାର୍ଡ କ୍ଲାସ କିନ୍ତୁ ନକଲିରେ ଫାଷ୍ଟ କ୍ଲାସ । ହଁ ଆଜ୍ଞା , ନକଲି ସାର୍ଟିଫିକେଟ କରି ପାଉଥିଲେ ସରକାରୀ ଚାକିରି । ଏହି ନକଲି ସାର୍ଟିଫିକେଟ ରାକେଟର ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ର ଓ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି । ଏକ ମଧ୍ୟବିତ ପରିବାରର ମନୋଜ ମିଶ୍ର କେମିତି ଏତେ ବଡ ରାକେଟର କିଙ୍ଗ ପିନ୍ ହେଲା ତାର କାହାଣୀ ମଧ୍ୟ ଚକିତ କଲା ଭଳି । କେମିତି ସେ ନକଲି ସାର୍ଟିଫିକେଟର ରାକେଟ ଆରମ୍ଭ କଲା । ଜଣେ କିରାଣୀର ପୁଅ ପରିବାର ଚଲାଇବା ପାଇଁ କେମିତି କୋଚିଂ ସେଣ୍ଟର ଖୋଲିଥିଲା । ପରେ ଅର୍ଥ ଲୋଭରେ ପଡି କେମିତି ଜାଲ ସାର୍ଟିଫିକେଟ ବିକ୍ରି କରି ଅମାପ ସମ୍ପତ୍ତିର ଅଧିକାରୀ ହେଲା । ଏସବୁର ଖୋଳତାଡ କରିଛି ପୁଲିସ ।
ସେପଟେ ନକଲି ସାର୍ଟିଫିକେଟ ଦେଖାଇଥିଲେ ରୀତା ନାଗ , ପରେଶ ବୁଡକେ ଓ ଭୋଜରାଜ ବୁଡକେ । ୨୦୦୪ରେ ରୀତା ନାଗ ଥାର୍ଡ କ୍ଲାସରେ ମାଟ୍ରିକ ପାସ କରଛନ୍ତି । ୨୦୧୦ରେ ପରେଶ ଓ ଭୋଜରାଜ ଥାର୍ଡ କ୍ଲାସରେ ମାଟ୍ରିକ ପାସ କରିଛନ୍ତି । ଚାକିରି ପାଇଁ ୟୁପିର ଝାନ୍ସୀ , ବିଆର ଆମ୍ବେଦକର ଓ ଇଣ୍ଟର ମିଡିଏଟ କଲେଜର ସାର୍ଟିିଫିକେଟ ଦେଇଛନ୍ତି । ଅସଲିରେ ଥାର୍ଡ କ୍ଲାସ ପାଇଥିଲେ ମଧ୍ୟ ସମସ୍ତ ବିଷୟରେ ୯୭ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ତିନି ଜଣ ମାତୃଭାଷାରେ ୧୦୦ରୁ ୯୯ ନମ୍ବର ରଖିଛନ୍ତି । ଜଣେ ଟପ୍ପର ପିଲା ବି ମାତୃଭାଷାରେ ୯୯ ମାର୍କ ରଖିବା ଅସମ୍ଭବ । କେବଳ ଏହା ନୁହେଁ ପେଶାଗତ ଅପରାଧିଙ୍କୁ ବି ଦିଆଯାଉଥିଲା ନକଲି ସାର୍ଟିଫିକେଟ । ଦଶମ ନୁହେଁ ଯୁକ୍ତ ୨ ବିଜ୍ଞାନ କଳା ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ପାଇଛନ୍ତି ନକଲି ସାର୍ଟିଫିକେଟ । ମାଟ୍ରିକ୍ ପରୀକ୍ଷାରେ ପିଲା ଥାର୍ଡ କ୍ଲାସରେ ପାସ୍ କରିଥିଲେ ହେଲେ ନକଲି ସାର୍ଟିଫିକେଟରେ ଫ୍ଲାଷ୍ଟକ୍ଲାସ ପାଇଛନ୍ତି । ପୋଲିସର ତଦନ୍ତ ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି । ନିଜ ନିଜ ଅଂଚଳର ହାଇସ୍କୁଲ ଗୁଡ଼ିକରେ ଥାର୍ଡ ଡିଭିଜନ୍ ରେ ପାସ୍ କରିଥିବା ପ୍ରାର୍ଥୀମାନେ ନକଲି ସାର୍ଟିଫିକେଟରେ ୯୭ ପ୍ରତିଶତ ମାର୍କ ରଖି ଚାକିରି ହାତେଇବାକୁ ଚେଷ୍ଟା କରିଛନ୍ତି । କମ୍ ଶିକ୍ଷିତ କି ଚାକିରି ଆଶାୟୀଙ୍କୁ ନକଲି ସାର୍ଟିଫିକେଟ୍ ଦିଆଯାଉନଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login