ଭୁବନେଶ୍ୱର : ନକଲି ଆରଟିଆଇ କର୍ମୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ । କିଶୋର ମିଶ୍ରଙ୍କୁ କୋରାପୁଟରୁ ଗିରଫ କଲା ଏସଟିଏଫ । ନିଜକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଆରଟିଆଇ କର୍ମୀ କହୁଥିଲା । ନକଲି ଆଇକାର୍ଡ ସମେତ ଅନ୍ୟାନ୍ୟ କାଗଜ ପତ୍ର ଜବତ । ବ୍ୟାଙ୍କ ଖାତାରେ ୨ କୋଟିରୁ ଅଧିକ ଜମା ପାଇଲା ଏସଟିଏଫ । କ୍ରସର ଲାଇସେନ୍ସ, ମଦ ଦୋକାନ ଲାଇସେନ୍ସ ଓ ସରକାରୀ ବଦଳି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକୁ ଥିଲା ଧୂର୍ତ୍ତ କିଶୋର ମିଶ୍ର । ତଦନ୍ତ ସମୟରେ ତା ବ୍ୟାଙ୍କ ଆକାଉଣ୍ଟରୁ ୨ କୋଟିରୁ ଅଧିକ ଟଙ୍କା କାରବାର ହୋଇଥିବା ପ୍ରମାଣ ପାଇଛି ଏସଟିଏଫ ।
Views: 100