୨୦୨୦ ମସିହା ଡିସେମ୍ବର ମାସରେ ପ୍ରଡ୍ୟୁସର ରୋନି ସ୍କୃବାଲା ଘୋଷଣା କରିଥିଲେ କି ଅଭିଷେକ ଚୋବେ ହକି ତାରକା ଧ୍ୟାନଚାନ୍ଦଙ୍କ ଉପରେ ଏକ ବାୟୋପିକ ପ୍ରସ୍ତୁତ କରିବେ । ଏହି ଫିଲ୍ମରେ ଧ୍ୟାନଚାନ୍ଦଙ୍କ ଭୂମିକାରେ ଈଶାନ ଖଟ୍ଟର ନଜର ଆସିବେ। ଫିଲ୍ମର ଶୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ଏହାକୁ ନେଇ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି ।

ଯେଉଁଥିରେ ସୂଚନା ଦିଆଯାଇଛି କି ଈଶାନ ଖୁବଶୀଘ୍ର ଫିଲ୍ମର ଟ୍ରେନିଙ୍ଗ ଆରମ୍ଭ କରିବାକୁ ଯାଉଛନ୍ତି । କହିବାକୁ ଗଲେ ଧ୍ୟାନଚାନ୍ଦଙ୍କୁ ହକିର ଯାଦୁଗର କୁହାଯାଏ । ଏମିତିରେ ଧ୍ୟାନଚାନ୍ଦଙ୍କର ଅନେକ ପ୍ରଶଂସକ ବି ଅଛନ୍ତି । ତେଣୁ ଏହି ସିନେମା ପ୍ରତି ଲୋକଙ୍କର ଆଗ୍ରହ ରହିବା ସ୍ୱଭାବିକ କଥା । ତାଙ୍କ କ୍ୟାରିୟରରେ ସେ ତିନିଟି ଗୋଲ୍ଡ ମେଡାଲ ସହିତ ୧୫ରୁ ଅଧିକ ଗୋଲ ସ୍କୋର କରିଛନ୍ତି। ସେପଟେ ଭାରତର ଗୌରବ ଧ୍ୟାନଚାନ୍ଦଙ୍କ ବାୟୋପିକ ନିର୍ମାଣ କରିବା ପାଇଁ ମେକର୍ସମାନେ ଏକାଠି ମିଶି କାମ କରିବା ଆରମ୍ଭ କରିଦେଲେଣି ।ମିଡିଆ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ନଭେମ୍ବରରେ ଆରମ୍ଭ ହେବ ।