ଭୁବନେଶ୍ୱର : ଧାନ କିଣିବାକୁ ଅଯୋଗ୍ୟ ସରକାର। ଏ ଭଳି ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା। ଧାନମଣ୍ଡିରେ କଟନିଛଟନି ହେଉଛି। ମନ୍ତ୍ରୀ ମଧ୍ୟ ଏ କଥା ମାନିଛନ୍ତି । ଏ ସରକାର କେବଳ କଥା କୁହା ସରକାର। ମଣ୍ଡିରେ ଧାନ ପଡ଼ିଛି, ସମୟ ଚାଲିଯିବ ଧାନ ଉଠିବନି ବୋଲି ସେ କହିଛନ୍ତି। ୧୬ ଶହ ଟଙ୍କାରେ ବାହାର ରାଜ୍ୟର ଧାନ ବେପାରି ଧାନ କିଣୁଛନ୍ତି । ସରକାର ମାର୍ଗଦର୍ଶିକା ଜାରି କରିବା ଦରକାର। ଧାନ କିଣାରେ ଦୁର୍ନୀତି ହେଉଛି, ସରକାର ଚୁପ୍ ବସିଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ।
Views: 29