The Ultimate Managed Hosting Platform
ADVERTISEMENT

ଧନୁଷ-ଐଶ୍ବର୍ଯ୍ୟାଙ୍କ ବିବାହ ବିଚ୍ଛେଦରେ ଭାଙ୍ଗି ପଡିଛନ୍ତି ରଜନୀକାନ୍ତ

Facebook
Twitter
LinkedIn

ଦୀର୍ଘ ୧୮ ବର୍ଷର ବିବାହରେ ପୂର୍ଣ୍ଣଛେଦ ପକାଇ ହୋଇଯାଇଥିବା ଚର୍ଚ୍ଚିତ ଯୋଡି ଧନୁଷ-ଐଶ୍ବର୍ଯ୍ୟା । ଗତ କିଛି ଦିନ ପୂର୍ବେ ସାଉଥର ଷ୍ଟାଇଲିସ୍‌ ହିରୋ ଧନୁଷ ଓ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ଦୁହେଁ ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରି କହିଥିଲେ । ହେଲେ ଏହାକୁ ପରିବାର ଲୋକେ କିମ୍ବା ଫ୍ୟାନ୍ସମାନେ ସହଜେ ହଜମ କରିପାରୁ ନାହାନ୍ତି। ହେଲେ ଏହା ପୂର୍ବରୁ ଧନୁଷଙ୍କ ବାପା ଦୁହିଁଙ୍କ ଛାଡପତ୍ରକୁ ନେଇ କହିଥିଲେ କି ଏହା ଛାଡପତ୍ର ନୁହେଁ ବରଂ ପାରିବାରିକ ତଥା ଦାମ୍ପତ୍ୟ ଝଗଡ଼ା । ଦୁହିଙ୍କ ମଧ୍ୟରେ ବୁଝାମଣା ଚାଲିଥିବା କହିଛନ୍ତି କସ୍ତୁରୀ ରାଜା । କିନ୍ତୁ ବର୍ତ୍ତମାନ ଧନୁଷ ଝିଅ-ଜ୍ୱାଇଁଙ୍କ ମନୋମାଳିନ୍ୟକୁ ଦୂର କରିବା ନେଇ ସେମାନଙ୍କୁ ପୁଣି ଥରେ ଏକାଠି କରିବାକୁ ଲାଗି ପଡିଛନ୍ତି ସାଉଥ ସୁରପଷ୍ଟାର ରଜନୀକାନ୍ତ।

  ଏହି ବିଚ୍ଛେଦ ସାମୟିକ ବୋଲି କହିବା ସହ ଝିଅ ଘର ପୁଣି ଥରେ ସଜାଡିବାକୁ ଚେଷ୍ଟା ଆରମ୍ଭ କରି ଦେଇଛନ୍ତି ରଜନୀକାନ୍ତ । ହେଲେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇ ପାରିବ କି ନାହିଁ, ପୁଣି ଥରେ ଦୁହେଁ ଏକାଠି ହେବେ ନା ନାହିଁ ତାହା କେତେ ଦୂର ସତ ହେଉଛି ସମସ୍ତେ ତାହାକୁ ଦେଖିବାକୁ ବାକି ରହିଲା। ଅପରପକ୍ଷେ, ଉଭୟଙ୍କ ସମ୍ପର୍କରେ ଫାଟ ହୋଇଥିଲେ ବି ବିଚ୍ଛେଦ ନେଇ ସେମାନେ କୋର୍ଟରେ ପିଟିସନ ଦାଖଲ କରି ନ ଥିବା କହିଛନ୍ତି ଧନୁଷଙ୍କ ପିତା ତଥା ନିର୍ଦ୍ଦେଶକ କସ୍ତୁରୀ ରାଜା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login