The Ultimate Managed Hosting Platform
ADVERTISEMENT

ଦେଶରେ ୯୭ କୋଟି ଭୋଟର

Facebook
Twitter
LinkedIn

ନୂଆଦିଲ୍ଲୀ : ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଲେ ସିଇସି ରାଜୀବ କୁମାର । ଦେଶରେ ମୋଟ ୯୭ କୋଟି ପଂଜୀକୃତ ଭୋଟର ରହିଛନ୍ତି । ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ । ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତ ଦେଢ କୋଟି ପୋଲିଂ ଅଫିସର । ସମସ୍ତଙ୍କୁ ଭୋଟ ଦେବାକୁ ଅନୁରୋଧ କଲେ ନିର୍ବାଚନ କମିସନ । କହିଲେ, ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ । ନିର୍ବାଚନ ଏକ ପର୍ବ ଦେଶ ପାଇଁ ଗର୍ବ । ୫୫ ଲକ୍ଷ ଇଭିଏମ ବ୍ୟବସ୍ଥା ଅଛି । ଦେଶରେ ୧୦.୫ ଲକ୍ଷ ପୋଲିଂ ସେଣ୍ଟର ରହିଛି । ୧.୫ କୋଟି ନିର୍ବାଚନ ଅଧିକାରୀ ଓ କର୍ମଚାରୀ ରହିଛନ୍ତି । ସମସ୍ତ ବୁଥରେ ଭୋଟରମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଦେଶରେ ମୋଟ ୯୬.୮ କୋଟି ପଞ୍ଜିକୃତ ଭୋଟର । ସେମାନଙ୍କ ମଧ୍ୟରେ ମହିଳା ଭୋଟର ୪୭.୧ କୋଟି, ପୁରୁଷ ଭୋଟର ୪୯.୭ କୋଟି, ଶତାୟୁ ଭୋଟର ୨.୧୮ କୋଟି, ପ୍ରଥମ ଥର ଭୋଟ ଦେବେ ୧.୮ କୋଟି, ନୂଆ ଭୋଟର ୧୯.୭୪ କୋଟି, ୮୫ ବର୍ଷରୁ ଅଧିକ ଭୋଟର ସଂଖ୍ୟା ୮୨ ଲକ୍ଷ, ୧୮ ବର୍ଷରୁ ୧୯ ବର୍ଷିୟ ମହିଳା ଭୋଟର ୮୫.୩ ଲକ୍ଷ । ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ଘରେ ରହି ଭୋଟ ଦେଇପାରିବେ । ଗୋଟିଏ ଭୋଟର ବାକି ରହିଗଲେ ବି ଘରକୁ ଯାଇ ଭୋଟ ସଂଗ୍ରହ କରିବୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login