ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଶାଖୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନେତାମାନେ ଏହାକୁ ଏକତା, ସମୃଦ୍ଧି ଏବଂ ନୂତନ ଆରମ୍ଭର ପର୍ବ ଭାବରେ ବର୍ଣ୍ଣନା କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି । ଏହି ବର୍ଷ, ବୈଶାଖୀ ୧୩ ଏପ୍ରିଲରେ ପାଳନ କରାଯାଉଛି । ଏହାକୁ ବୈଶାଖୀ ମଧ୍ୟ କୁହାଯାଏ, ଏହି ପର୍ବ ପଞ୍ଜାବୀ ଏବଂ ଶିଖ ନବବର୍ଷର ଆରମ୍ଭକୁ ଚିହ୍ନିତ କରେ ଏବଂ ଏହା ମୁଖ୍ୟତଃ ଉତ୍ତର ଭାରତରେ, ବିଶେଷକରି ପଞ୍ଜାବରେ ପାଳନ କରାଯାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ ଲେଖିଛନ୍ତି, “ସମସ୍ତଙ୍କୁ ବୈଶାଖୀର ବହୁତ ବହୁତ ଶୁଭକାମନା ! ଏହି ପର୍ବ ଆପଣଙ୍କ ଜୀବନରେ ନୂତନ ଆଶା, ସୁଖ ଏବଂ ସମୃଦ୍ଧି ଆଣିଦେଉ। ଆମେ ସର୍ବଦା ଏକତା, କୃତଜ୍ଞତା ଏବଂ ନବୀକରଣର ଭାବନା ପାଳନ କରୁ । ଏହି ସମସ୍ତ ପର୍ବ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମ ଏବଂ ପରମ୍ପରା ସହିତ ପାଳନ କରାଯାଏ । ପଞ୍ଜାବରେ ଶିଖ ସମ୍ପ୍ରଦାୟର ମୁଖ୍ୟ ପର୍ବ ବୈଶାଖୀ ହୋଇଥିବା ବେଳେ, ଆସାମର ବୋହାଗ ବିହୁ, ତାମିଲନାଡୁର ପୁଥାଣ୍ଡୁ ଏବଂ ପଶ୍ଚିମବଙ୍ଗର ପୋଇଲା ବୈଶାଖ ନୂତନ ବର୍ଷର ଆରମ୍ଭକୁ ଚିହ୍ନିତ କରନ୍ତି । କେରଳରେ ବିଷୁ ଏବଂ କର୍ଣ୍ଣାଟକର ମେଶାଦିରେ ମହା ଆଡମ୍ବରରେ ପାଳନ କରାଯାଏ ।
ଦେଶବାସୀଙ୍କୁ ବୈଶାଖୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...