କଟକ : ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ । ଦୋଷୀ ପାକୁଲୁ ସମଧକୁ ଦଣ୍ଡାଦେଶ କଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ୨୦୨୦ ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଦୁଷ୍କର୍ମ ମାମଲା ହୋଇଥିଲା । ଦୋଷୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ରହିଛି। ଏହି ଦୁଷ୍କର୍ମ ଘଟଣାର ପୀଡିତାକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଆଡ଼ହକ ପୋକସୋ କୋର୍ଟ। ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ପ୍ରଦାନ କରାଯିବ। ଦୁଷ୍କର୍ମ ୧୨ ଜଣ ସାକ୍ଷୀ ଓ ୧୫ ଟି ତଥ୍ୟପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ଦିଆଯାଇଛି।
Views: 79