କୋଇଡା : ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭର ମୃତ । କେ. ବଲାଙ୍ଗ ଥାନା କୁନ୍ଦୁରପୁର ଏନେଚ-୫୨୦ରେ ମର୍ମନ୍ତୁଦ ଦୁର୍ଘଟଣା । ଲୁହାପଥର ଓ କୋଇଲା ବୋଝେଇ ଟ୍ରକ ମଧ୍ୟରେ ଦୁର୍ଘଟଣା । ଲୁହାପଥର ଟ୍ରକର ବ୍ରେକ ଫେଲ ଯୋଗୁଁ ଦୁର୍ଘଟଣା ସୂଚନା । ୨ ଘଣ୍ଟାର ପରିଶ୍ରମ ପରେ ମୃତଦେହକୁ ଉଦ୍ଧାର କଲେ ଅଗ୍ମିଶମ କର୍ମଚାରୀ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି ।
Views: 47











