ଜଟଣୀ : ଦୀପ ନିଆଁରେ ମହିଳା ଦଗ୍ଧ । ରଥିପୁର ଗାଁରେ ଘରେ ଠାକୁର ପୂଜା ବେଳେ ଅଘଟଣ । ଦଗ୍ଧ ମହିଳାଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଠାକୁର ଘରେ ପୂଜା କରୁଥିବା ବେଳେ ଦୀପ ନିଆଁରେ ଜଳିଗଲେ ମହିଳା । ମୃତ ମହିଳା ହେଉଛନ୍ତି ୫୨ ବର୍ଷୀୟା ରିନା ପ୍ରଧାନ । ଘରେ କେହି ନଥିବା ବେଳେ ରିନା ଆଜି ସକାଳ ୧୦ ସମୟରେ ଠାକୁର ଘରେ ପୂଜା କରୁଥିବା ବେଳେ ଘଟିଥିଲା ଅଘଟଣ । ତେବେ କୌଣସି କାରଣରୁ ଦୀପ ନିଆଁ ଶାଢୀରେ ଲାଗି ଯାଇଥିଲା । ନିଆଁରେ ମହିଳା ଜଳି ଯାଇଥିବାବେଳେ ଜଟଣୀ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
Views: 0