The Ultimate Managed Hosting Platform
ADVERTISEMENT

ଦୀପାବଳୀ ପୂର୍ବରୁ ୧ ଲକ୍ଷ ଛୁଇଁବ ସୁନା ଦର

Facebook
Twitter
LinkedIn

ନୂଆଦିଲ୍ଲୀ : ୧ ଲକ୍ଷ ଟଙ୍କା ଟପିବ ସୁନା ଦର ! ଦିନକୁ ଦିନ ସୁନା ଦର ବୃଦ୍ଧି ହେବାରେ ଲାଗିଛି । ତେବେ କାହିଁକି ହୁ ହୁ ହୋଇ ବଢୁଛି ସୁନା ମୂଲ୍ୟ ? ଏହାର ମୁଖ୍ୟ କାରଣ କଣ ରହିଛି ଜାଣି ରଖନ୍ତୁ। ଚଳିତ ବର୍ଷ ସୁନା ଦର ବୃଦ୍ଧିରେ ରୋକ ଲାଗିପାରୁନି । ବର୍ତ୍ତମାନ ମାର୍କେଟରେ ସୁନା ମୂଲ୍ୟ ପ୍ରାୟ ୧୦ପ୍ରତିଶତ ବୃଦ୍ଧି ପାଇଛି । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ କରିବ କି ? ଯଦି ହଁ, ତେବେ କେତେବେଳେ ? ବଜାରରେ ସୁନାର ମୂଲ୍ୟ ୮୫ ହଜାର ଟଙ୍କାର ରେକର୍ଡ ଭାଙ୍ଗିଛି। ଅନ୍ୟପକ୍ଷରେ, ଦିଲ୍ଲୀରେ ସୁନାର ମୂଲ୍ୟ ୮୬ ହଜାର ଟଙ୍କା ରହିଛି । ଏପରି ପରିସ୍ଥିତିରେ, ଚଳିତ ବର୍ଷ ସୁନା ୧ ଲକ୍ଷ ଟଙ୍କା ଛୁଇଁପାରେ ବୋଲି ଆଶା କରାଯାଉଛି । ଯଦି ସୁନାର ଦର ନକମେ ତାହେଲେ ଦୀପାବଳି ସୁଦ୍ଧା ସୁନା ମୂଲ୍ୟ ୧ ଲକ୍ଷ ଟଙ୍କା ପାର କରିବ ବୋଲି ଆଶା କରାଯାଉଛି । ତେବେ କୋଉଠି ନା କୋଉଠି ସୁନା ଦର ବଢିବାରେ ଟ୍ରମ୍ପଙ୍କ ଦାୟୀ କରାଯାଉଛି । ଟ୍ରମ୍ପଙ୍କ ଟ୍ରେଡ ଓ୍ବାର ପାଇଁ ସୁନା ଦର ହୁ ହୁ ବଢିଚାଲିଛି । ଯାହାଦ୍ୱାରା ବିଶ୍ୱ ବଜାରରେ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି । ଏହି କାରଣରୁ ନିବେଶକମାନେ ସୁନା ଉପରେ ଇନଭେଷ୍ଟ କରିବାକୁ ଆଗ୍ରହ ଦେଖାଉଛନ୍ତି ଯାହାର ପ୍ରଭାବ ସୁନାର ମୂଲ୍ୟରେ ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ, ଟଙ୍କା ତୁଳନାରେ ଡଲାରର ମୂଲ୍ୟ ବୃଦ୍ଧି ମଧ୍ୟ ସୁନା ମୂଲ୍ୟ ବୃଦ୍ଧିର ଏକ ପ୍ରମୁଖ କାରଣ ଅଟେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login