ଏସ୍ଏସ୍ ରାଜମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଆର୍ଆର୍ଆର୍ ରିଲିଜ୍ ହେବା ପରେ ଚର୍ଚ୍ଚାରେ ଅଛନ୍ତି ଦକ୍ଷିଣୀ ସୁପରଷ୍ଟାର ରାମଚରଣ ଏବଂ ଜୁନିଅର ଏନଟିଆର୍। ଫିଲ୍ମ ରିଲିଜ୍ ହେବା ପରେ ଦର୍ଶକମାନେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି। ଏପରିକି ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇସାରିଛି। ଫିଲ୍ମର ହିନ୍ଦୀ ସଂସ୍କରଣକୁ ମଧ୍ୟ ଦର୍ଶକମାନେ ଖୁବ୍ ପସନ୍ଦ କରିଛନ୍ତି। ଏହି ମଧ୍ୟରେ ରାମଚରଣ ଏବଂ ଏନଟିଆର୍ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

ସୂଚନାନୁଯାୟୀ, ଫିଲ୍ମ ଆର୍ଆର୍ଆର୍ ରିଲିଜ୍ ହେବା ପରେ ଅଭିନେତା ରାମଚରଣ ସବରୀମାଳା ମନ୍ଦିର ଯାଇ ଦୀକ୍ଷା ନେଇଥିଲେ। ଏବେ ଏନଟିଆର୍ ମଧ୍ୟ ଦୀକ୍ଷା ନେଇଛନ୍ତି। ହେଲେ ଏନଟିଆର୍ ହନୁମାନ ଦୀକ୍ଷା ନେଇଛନ୍ତି। ଏଥିପାଇଁ ଏନଟିଆର ୨୧ ଦିନ ଯାଏଁ ଖାଲି ପାଦରେ ଚାଲିବେ ଓ ସାତ୍ତ୍ଵିକ ଭୋଜନ କରିବେ। ଏନଟିଆରଙ୍କ ଦୀକ୍ଷା ନେବା ବେଳର ଏକ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋରେ ସେ ଗେରୁଆ କୁର୍ତ୍ତା ପାଇଜାମା, ଗଳାରେ ମାଳି ଓ ମଥାରେ ତିଳକ ଲଗାଇଥିବା ନଜର ଆସିଛନ୍ତି।
Views: 255