ମୁମ୍ବାଇ : ଟିଭି ଅଭିନେତ୍ରୀ ଦିଶା ପରମାର ଏବଂ ଇଣ୍ଡିଆନ ଆଇଡଲ ଫେମ୍ ରାହୁଲ ବୈଦ ଖୁବଶୀଘ୍ର ମା ବାପା ହେବାକୁ ଯାଉଛନ୍ତି । ଦୁହେଁ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ଖୁସିଖବର ଦେଇଛନ୍ତି । ଦିଶା ନିଜ ଖୁସି ଫ୍ୟାନ୍ସଙ୍କ ସହିତ ସେୟାର କରିବା ପାଇଁ ଭିନ୍ନ ଉପାୟ ବାଛିଛନ୍ତି । ସେମାନେ ସେୟାର କରିଥିବା ଫଟୋରେ ଦିଶା ଏକ ବ୍ଲାକ କଲରରେ ଡ୍ରେସ ପିନ୍ଧିଥିବା ବେଳେ ରାହୁଲ ହାତରେ ଏକ ସ୍ଲେଟ୍ ଧରିଛନ୍ତି । ଏହି ସ୍ଲେଟରେ ମମି ଆଣ୍ଡ ଡାଡି ଲେଖାଯାଇଛି । ଫ୍ୟାନ୍ସ ଏହି ଫଟୋକୁ ଦେଖି ପ୍ରତିକ୍ରିୟା ମଧ୍ୟ ଦେଇ ଶୁଭେଚ୍ଛା ଜଣାଉଛନ୍ତି । ଗର୍ଭବତୀ ହେବା ଖବର ଦେବା ସହିତ ଅଲଟ୍ରାସାଉଣ୍ଡ ଫଟୋ ମଧ୍ୟ ସେୟାର କରି ଭିଡିଓ ମଧ୍ୟ ଦେଇଛନ୍ତି । ଯେଉଁଥିରେ ଆପଣ ମଧ୍ୟ ପିଲାଟିକୁ ଦେଖିପାରିବେ । ଦିଶା ପରମାର ଫ୍ୟାନ୍ସଙ୍କ ସହିତ ଖୁସି ବାଣ୍ଟିବାର ଏକ ନିଆରା ଉପାୟ ଖୋଜିଛନ୍ତି । ଦିଶା କିଛି ଫଟୋ ଏବଂ ସୋନୋଗ୍ରାଫି ଭିଡିଓ ସେୟାର କରିଛନ୍ତି । ଫ୍ୟାନ୍ସ ସେଲିବ୍ରିଟିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଜସ୍ମିନ ଭାସିନ, ଅନୀତା ହସନନ୍ଦାନୀ, ଭାରତୀ ସିଂ, ମୌନୀ ରାୟ ଏବଂ ଅଲ୍ଲୀ ଗୋନୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ରାହୁଲ ବୈଦ ୨୦୨୧ରେ ଟ୍ଵିଟର ସେସନରେ ଏହି ଇଚ୍ଛା ପ୍ରକାଶ କରିଥିଲେ । ଏହା ସହିତ ଝିଅ ମାନେ ସବୁଠୁ ଭଲ ବୋଲି ମଧ୍ୟ ରାହୁଲ କହିଥିଲେ । ଦୁହେଁ ୨୦୨୧ ଜୁଲାଇରେ ବିବାହ କରିଥିଲେ । ରାହୁଲ ଦିଶାଙ୍କୁ ବିଗବସ୍ ୧୪ରେ ପ୍ରପୋଜ କରିଥିଲେ ।
ଦିଶା ପରମାର ଏବଂ ଇଣ୍ଡିଆନ ଆଇଡଲ ଫେମ୍ ରାହୁଲ ବୈଦଙ୍କ ଘରକୁ ଖୁବଶୀଘ୍ର ଆସିବେ କୁନି ଅତିଥି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











