ନୂଆଦିଲ୍ଲୀ : ଦିଲ୍ଲୀର ଏକ ନବଜାତ ଶିଶୁ ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ୨୦ ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଶୁକ୍ରବାର ରାତିରେ ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ଜନକପୁରୀ ଅଞ୍ଚଳରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଖବର ଅନୁସାରେ, ବୈଶାଳୀ କଲୋନିରେ ଥିବା ଏକ ନବଜାତ ଶିଶୁ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ୯ଟି ଗାଡି ନିଆଁକୁ ଆୟତ୍ତ କରିଥିଲା । ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ୍ ଗର୍ଗ କହିଛନ୍ତି, ହସ୍ପିଟାଲ୍ରେ ନିଆଁ ଲାଗିବା ନେଇ ରାତି ୧.୩୫ରେ କଲ୍ ଆସିଥିଲା । ଘଟଣାସ୍ଥଳକୁ ପ୍ରଥମେ ୪ଟି ଦମକଳ ପଠାଇଲୁ। ତା’ ପରେଆଉ ୫ଟି ଦମକଳ ଘଟଣା ସ୍ଥଳକୁ ପଠାଇଥିଲୁ । ହସ୍ପିଟାଲ୍ରେ ୨୦ଜଣ ନବଜାତ ଶିଶୁ ଅଛନ୍ତି ବୋଲି ଖବର ମିଳିଥିଲା । ରାସ୍ତା ଅଣଓସାରିଆ ହୋଇଥିବାରୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥିଲା । ସୂଚନାଯୋଗ୍ୟ, ରାତି ପ୍ରାୟ ୨.୩୦ରେ ସେ ହସ୍ପିଟାଲ୍ରୁ ନିଆଁ ଲିଭାଯାଇଥିଲା। ନିଆଁ ଲାଗିଥିବା ହସ୍ପିଟାଲ୍ରୁ ଉଦ୍ଧାର କରାଯାଇଥିବା ଶିଶୁମାନଙ୍କୁ ବିଭିନ୍ନ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ବୋଲି ସେ କହିଛନ୍ତି। ନବଜାତ ମାତାପିତା ଦମକଳ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।
ଦିଲ୍ଲୀ ହସପିଟାଲରେ ଭୀଷଣ ନିଆଁ, ୨୦ ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...