The Ultimate Managed Hosting Platform
ADVERTISEMENT

ଦିଲ୍ଲୀ ସଚିବାଳୟକୁ ଛୁଇଁଲା ଯମୁନା ଜଳ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀ ସଚିବାଳୟୁ ଛୁଇଁଲା ଯମୁନା ଜଳ । ଦିଲ୍ଲୀରେ ଭୟଙ୍କର ବନ୍ୟା ସ୍ଥିତି , ଫୁଲୁଛି ଯମୁନା ନଦୀ । ୨୦୭ ମିଟର ଟପିଲା ଯମୁନା ନଦୀର ଜଳସ୍ତର । ୧୯୭୮ ଓ ୨୦୨୩ ପରେ ଦ୍ୱିତୀୟ ସର୍ବାଧିକ ଜଳସ୍ତର । ଦିଲ୍ଲୀ ସଚିବାଳୟ ପର୍ଯ୍ୟନ୍ତ ପହଁଚିଲା ଯମୁନା ବନ୍ୟା ପାଣି । ଦିଲ୍ଲୀ ସରକାରଙ୍କ ଶାସନ ବ୍ୟବସ୍ଥା ଯେଉଁଠୁ ସବୁ ଚାଲେ ସେଠାରେ ଜଳ ଦେଖାଇଛି ତାର ନାଲି ଆଖି । ଖାଲି ସଚିବାଳୟ ନୁହେଁ ବିଭିନ୍ନ ସରକାରୀ ଅଫିସ ପାଣି ଘେରରେ ଥିବା ବେଳେ କଲେଜ ବି ବନ୍ୟା ପାଣିର ପାଟି ଭିତରେ ରହିଛି ।ଯମୁନାର ଜଳ ରାସ୍ତାକୁ ବି ନଦୀ ସଜାଇବାକୁ ବସିଲାଣି । ନଈ ଏତେ ଫୁଲୁଛି ରାସ୍ତା ବି ନଈ ପରି ଦିଶୁଛି । ଆଉ ସେଥିରେ ଗାଡ଼ି ମଟର ଯିବା ଆସିବା କରିବା ମୁସ୍କିଲ ହେଉଛି । ସେପଟେ ବେଲା ରୋଡରେ ଅଣ୍ଟେ ଯାଏଁ ପାଣି ବଢିଛି । କଲେଜ, ଘର ସବୁ ପାଣି ଘେରରେ ଥିବା ବେଳେ ରାସ୍ତା ଦିଶୁନି । ଅନ୍ୟପଟେ ଅଲିପୁର ଥାନା ଅଞ୍ଚଳରେ ଥିବା ଏନଏଚ-୪୪ରେ ଥିବା ଓଭରବ୍ରିଜରେ ବିରାଟ ଗାତ ସୃଷ୍ଚି ହୋଇଛି । ଫ୍ଲାଏଓଭରର ଖଣ୍ଡେ ଅଂଶ ଦବି ଯିବା ଫଳରେ ରାସ୍ତାରେ ଏକ ଅଟୋ ଦୁର୍ଘଟଣାର ଶିକାର ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login