ନୂଆଦିଲ୍ଲୀ : ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।ପୋଲିସ ସୂଚନା ଅନୁଯାୟୀ, ଏକ ପିକଅପ ଭ୍ୟାନର ଚାଳକ ନିୟନ୍ତ୍ରଣ ହରାଇ ଏକ୍ସପ୍ରେସୱେରେ ସଫେଇ କାର୍ୟ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଧକ୍କା ଦେଇଥିଲେ। ୬ ଜଣ ସଫେଇ କର୍ମଚାରୀ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ନୁହଁ ଓ ଗୁରୁଗ୍ରାମର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ପଠାଯାଇଛି । ତେବେ ମ୍ତକଙ୍କ ପରିଚୟ ଏଯାଏଁ ମିଳିନି ।
Views: 95