ନୂଆଦିଲ୍ଲୀ : ଦିଲ୍ଲୀର ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ବଡ ଧରଣର ଅଗ୍ନିକାଣ୍ଡ । ଆପାର୍ଟମେଣ୍ଟର କିଛି ଲୋକ ଅଗ୍ନିକାଣ୍ଡରେ ଆହତ । ଆପାର୍ଟମେଣ୍ଟରେ କିଛି ସାଂସଦ ରହୁଥିବା ନେଇ ସୂଚନା । ନିଆଁଲିଭା କାର୍ଯ୍ୟରେ ୬ଟି ଦମକଳ ଗାଡି ନିୟୋଜିତ । ସୂଚନାନୁଯାୟୀ, ଦିଲ୍ଲୀର ଡକ୍ଟର ବିଶ୍ବମ୍ବର ଦାସ ରାସ୍ତାରେ ଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯାହା ସ୍ଥାନୀୟ ବାସିନ୍ଦା ଏବଂ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ୬ ଟି ଦମକଳ ବାହିନୀ ଗାଡ଼ି ନିୟୋଜିତ ରହିଛି । ବର୍ତ୍ତମାନ ଉଦ୍ଧାର କାର୍ୟ୍ୟ ଜାରି ରହିଛି । କିନ୍ତୁ ଏପର୍ୟ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଅନ୍ୟପଟେ ଏହି ଦୁର୍ଘଟଣାରେ ବହୁ କ୍ଷୟକ୍ଷତି ଘଟିଛି । ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି ।
Views: 62











