ନୂଆଦିଲ୍ଲୀ : ଦିଲ୍ଲୀ ଜବାହାରଲାଲ ନେହରୁ ଷ୍ଟାଡିୟମରେ ପାଳନ ହେବ ଓଡ଼ିଶା ଦିବସ । ପ୍ରଖ୍ୟାତ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ତତ୍ତ୍ବାବଧାନରେ ଓଡ଼ିଶାର କଳା, ସଂସ୍କୃତି ଓ ପର୍ୟ୍ୟଟନସ୍ଥଳ ଗୁଡିକର ଝଲକ ପ୍ରଦର୍ଶିତ ହେବ । ଦୋଳ ଯାତ୍ରା, ବାଲିଯାତ୍ରା, ଛଉ ନୃତ୍ୟଆଦି ପ୍ରଦର୍ଶିତ କରାଯିବ । ଓଡ଼ିଶାର ସୁସ୍ବାଦୁ ବ୍ୟଞ୍ଜନ ମଧ୍ୟ ବିତରଣ କରାଯିବ। କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଜୁଏଲ ଓରାମ ପ୍ରମୁଖ ଯୋଗଦେବେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ଗ୍ରୁପ୍ ଦ୍ବାରା ସଙ୍ଗୀତ ପରିବେଷଣ ଓ ଶାଶ୍ବତ ଯୋଶୀଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯିବ ।
Views: 27