ମୁମ୍ବାଇ : ବଲିଉଡର ଜଣାଶୁଣା ଅଭିନେତା ଦଲିପ ତାହିଲଙ୍କୁ ୨ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଅଭିନେତାଙ୍କୁ ଜେଲ ଦଣ୍ଡାଦେଶ ମିଳିବା ପରେ ଗିରଫ କରାଯାଇଛି । ତେବେ ଦଲିପ ତାହିଲଙ୍କୁ ଜେଲ ହେବା ପରେ ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରୀରେ ଟେନସନ ଛାଇଯାଇଛି ।
ଖବର ମୁତାବକ, ଦଲିପ ତାହିଲଙ୍କୁ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ମାମଲାରେ ୨ ମାସ ଜେଲ ଦଣ୍ଡାଦେଶ ଦଣ୍ଡିତ କରାଯାଇଛି । ୨୦୧୮ରେ ଅଭିନେତା ଦଲିପ ତାହିଲ ମୁମ୍ବାଇର ଖାର ଅଞ୍ଚଳରେ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଇଥିଲେ । ନିଜ କାରରେ ଏକ ଅଟୋ ରିକ୍ସାକୁ ଧକ୍କା ଦେଇଥିଲେ । ଏଥିରେ ବସିଥିବା ଜଣେ ଯୁବକ ଓ ଯୁବତୀ ଗୁରୁତର ଆହତ ହୋଇଥିଲେ। ଏହାପରେ ପୀଡିତମାନେ ତାଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରିଥିଲେ । ଦଲିପ ତାହିଲଙ୍କ ମାମଲାରେ ଡାକ୍ତରଙ୍କ ରିପୋର୍ଟକୁ ଆଧାର କରି ଦଣ୍ଡାଦେଶ ମିଳିଛି । ରିପୋର୍ଟକୁ ଧ୍ୟାନରେ ରଖି କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଡାକ୍ତର ରିପୋର୍ଟ ଅନୁଯାୟୀ,ଅଭିନେତାଙ୍କ ଠାରୁ ମଦ ଗନ୍ଧ ବାରି ହୋଇପଡୁଥିଲା । ଏହି ସମୟରେ ଦଲିପ ନିଜେ ଚାଲିପାରୁନଥିଲେ । ଠିକ୍ ଭାବେ କହି ମଧ୍ୟ ପାରୁନଥିଲେ ।ଏହି ମାମଲାରେ ଦଲିପ ତାହିଲ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେତେବେଳେ ତାଙ୍କୁ ଖାର ପୋଲିସ ଷ୍ଟେସନରେ ଗିରଫ ମଧ୍ୟ କରାଯାଇଥିଲା । ପରେ ଜାମିନରେ ଦଲିପ ମୁକୁଳି ଯାଇଥିଲେ । ଏବେ ୫ ବର୍ଷ ପରେ ଏହି ମାମଲାର ଶୁଣାଣି କରି କୋର୍ଟ ରାୟ ଶୁଣାଇଛନ୍ତି।
ଦଲିପ ତାହିଲଙ୍କୁ ୨ ମାସର ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...