The Ultimate Managed Hosting Platform
ADVERTISEMENT

ତ୍ରିପୁରାରେ ବନ୍ୟା ଓ ଭୂସ୍ଖଳନ, ୧୦ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ଅଗରତାଲା: ଜଳବନ୍ଦୀରେ ଅଗରତାଲା । ତ୍ରିପୁରା ରାଜଧାନୀ ଅଗରତାଲାରେ ଅଚାନକ ବନ୍ୟା ଏବଂ ଭୂସ୍ଖଳନ । ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ୩୪ ହଜାରରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଗତ ୪୮ ଘଣ୍ଟା ଧରି ତ୍ରିପୁରାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଗୋମତୀ ନଦୀ ଜଳସ୍ତର ବଢ଼ି ଆକସ୍ମିକ ବନ୍ୟା ଆସିଥିଲା ଏବଂ ବିଭିନ୍ନ ସ୍ଥାନରେ ଭୂସ୍ଫଳନ ମଧ୍ୟ ହୋଇଛି। ଦକ୍ଷିଣ ତ୍ରିପୁରା, ଗୋମତୀ ଏବଂ ଖୋୱାଇ ଜିଲ୍ଲାରେ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି। ୮ଟି ଜିଲ୍ଲାର ୬,୬୦୦ ପରିବାରର ୩୪ ହଜାରରୁ ଅଧିକ ଲୋକ ବିଭିନ୍ନ ଶିବିରରେ ଆଶ୍ରୟ ନେଇଛନ୍ତି। ୧ହଜାରରୁ ଅଧିକ ଘର ବନ୍ୟା ଜଳରେ କ୍ଷତିଗ୍ରସ୍ତ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login