The Ultimate Managed Hosting Platform
ADVERTISEMENT

ତେଲେଙ୍ଗାନାରେ ବସ ଦୁର୍ଘଟଣା, ଚାଲିଗଲା ୪ ଓଡିଆଙ୍କ ଜୀବନ

Facebook
Twitter
LinkedIn

ମାଲକାନଗିରି : ତେଲେଙ୍ଗାନା ବସ ଦୁର୍ଘଟଣାରେ ଚାଲିଗଲା ୪ ଓଡିଆଙ୍କ ଜୀବନ । ତେଲେଙ୍ଗାନା ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଦୁର୍ଘଟଣା । ୪ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ରହିଥିବା ବେଳେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା । ନାପାଲିରୁ ୩୨ଜଣଙ୍କୁ ନେଇ ହାଇଦ୍ରାବାଦ ଯାଉଥିଲା ବସ । ରାସ୍ତାରେ ଛିଡା ହୋଇଥିବା ଟ୍ରକ୍ କୁ ଧକ୍କା ଦେଇଥିଲା । କଳାହାଣ୍ଡି ସିନାପାଲିରୁ ୩୨ ଜଣ ଶ୍ରମିକଙ୍କୁ ନେଇ ଗତକାଲି ହାଇଦ୍ରାବାଦ ଅଭିମୁଖେ ବାହାରିଥିଲା ବସ୍ । ବସଟି ରାତି ପ୍ରାୟ ୩ଟା ସମୟରେ ସୂର୍ୟ୍ୟାପେଟ-ଖମାମ ରାସ୍ତା ଅତିକ୍ରମ କରୁଥିଲା । ଉକ୍ତ ସମୟରେ ରାସ୍ତା ଉପରେ ଏକ ଟ୍ରକ୍ ଛିଡ଼ା ହୋଇଥିବା ବେଳେ ଦ୍ରୁତଗାମୀ ବସ୍ଟି ତାହାକୁ ପଛ ପଟୁ ପିଟିଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବସ୍ ଡ୍ରାଇଭର, ୨ ମହିଳା ଶ୍ରମିକ ଓ ଜଣେ ପୁରୁଷ ଶ୍ରମିକ ଥିବା ଜଣାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login